(ଦ କୁଇଭର ବ୍ୟୁରୋ): ପୁଣି ଖୋଲିଲା ନର୍କର ଦ୍ୱାର । କାଲିଫର୍ଣ୍ଣିଆର ଇଷ୍ଟର୍ଣ୍ଣ ନାପା ଭ୍ୟାଲି ହ୍ରଦରେ ଥିବା ନର୍କର ଦ୍ୱାର ଖୋଲିଛି । ଆଉ ଏହି ଦ୍ୱାର ଖୋଲିବା ପରେ ଏହାକୁ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ବର୍ଷ ବର୍ଷ ଧରି ନର୍କର ଦ୍ୱାର ଦେଖିବାକୁ ଲୋକଙ୍କ ମନରେ ବେଶ ଉତ୍ସାହ ରହିଥାଏ । ଶେଷ ଥର ପାଇଁ ୨୦୧୮ ଓ ୨୦୧୯ରେ ଏଠାରେ ନର୍କର ଦ୍ୱାର ଖୋଲା ଯାଇଥିଲା ।

ପ୍ରକୃତରେ ଏହି ନର୍କର ଦ୍ୱାର ହେଉଛି ଏକ ସୁଢଙ୍ଗ । ଯାହାକୁ ୧୯୫୦ ମସିହାରେ ତିଆରି କରାଯାଇଥିଲା । ଡ୍ୟାମରୁ ନିର୍ଗତ ପାଣିର ସ୍ରୋତକୁ ନିୟନ୍ତ୍ରଣ କରିବା ପାଇଁ ବେରେଶା ଜଳାଶୟକୁ ବ୍ୟବହାର କରାଯାଏ । ତେଣୁ ଏହି ହ୍ରଦରେ ଏପରି ବ୍ୟବସ୍ଥା କରାଯାଇଛି । ଏହି ସୁଡଙ୍ଗକୁ ଗ୍ଲୋରୀ ହୋଲ ମଧ୍ୟ କୁହାଯାଏ । ଶତାଧିକ ଲୋକ ଏହି ତଥାକଥିତ ନର୍କର ଦ୍ୱାରକୁ ଦେଖିବା ପାଇଁ ଆସିଥାନ୍ତି । ବେରେଶା ଜଳାଶୟ ୫ହଜାର ୨୧୦ କୋଟି ଗାଲୋନ୍ସ ଜଳ ଧାରଣ କରିବାର କ୍ଷମତା ରଖିଛି । ୨୦୧୮ରେ ଏହାର କ୍ଷମତା ପୂରିଯାଇଥିଲା । ଏପରି ଘଟଣା ୧୧ ବର୍ଷ ମଧ୍ୟରେ ପ୍ରଥମ ଥର ଦେଖିବାକୁ ମିଳିଥିଲା । ୨୦୧୯ରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମର ସ୍ପିଲୱେକୁ ଖୋଲା ଯାଇଥିଲା । ଆଉ ସେହି ସମୟରେ ଏହାକୁ ଦେଖିବାକୁ ପ୍ରବଳ ଭିଡ ଜମିଥିଲା ।

ଜଳାଶୟରେ ଯେତେବେଳେ ଅଧିକ ପାଣି ଜମିଥାଏ, ସେତେବେଳେ ଏହି ନର୍କର ଦ୍ୱାର ଖେଶଲାଯାଇଥାଏ । ୭୨ ଫୁଟ ଚଉଡା ଓ ୨୪୫ ଫଉଟ ଲମ୍ବ ସୁଡ଼ଙ୍ଗକୁ ଡ୍ରେନ ହୋଲ ଭାବେ ବ୍ୟବହାର କରାଯାଏ । ଏହି ସୁଢଙ୍ଗ ଦେଇ ୪୮,୦୦୦ କ୍ୟୁବ୍ ଫୁଟ୍ ପାଣି ନିଷ୍କାସିତ ହୋଇଥାଏ । କେବଳ କାର୍ଲିଫର୍ଣ୍ଣିଆ ଭଳି କାଜାଖସ୍ତାନାରେ ମଧ୍ୟ ସମାନ ନର୍କର ଦ୍ୱାର ନାଁରେ ଗୋଟିଏ ସ୍ଥାନ ରହିଛି । ଯାହାକୁ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମିଥାଏ ।

Leave a Reply

Your email address will not be published. Required fields are marked *