ସନ୍ତାନ ପ୍ରାପ୍ତି ମହିଳାଙ୍କ ଅଧିକାର

(ଦ କୁଇଭର ବ୍ୟୁରୋ): ‘ସନ୍ତାନ ପ୍ରାପ୍ତିର ଅଧିକାର’ ଜଣେ ମହିଳାଙ୍କ ରହିଛି । କୌଣସି ମୁହୂର୍ତ୍ତରେ ତାଙ୍କ ଠାରୁ ତାଙ୍କର ଏହି ଅଧିକାର କେହି କ୍ଷ୍ୟୁର୍ଣ୍ଣ କରିପାରିବେ ନାହିଁ ବା ଏଥିରୁ ତାଙ୍କୁ ବଂଚିତ କରାଯାଇପାରିବ ନାହିଁ । ସ୍ୱାମୀ ଜେଲରେ ଥାଆନ୍ତୁ ବା କୌଣସି କମ୍ପାନୀର ଚୁକ୍ତିଭିତ୍ତିରେ ଥାଆନ୍ତୁ । ମହିଳାଙ୍କୁ ସନ୍ତାନ ପ୍ରାପ୍ତିର ଅଧିକାରରୁ କେହି ବଞ୍ଚିତ କରିପାରିବେ ନାହିଁ । ଆଇନରେ ଥିବା ଏହି ବ୍ୟବସ୍ଥାକୁ ସାମ୍ନାକୁ ଆଣିଛନ୍ତି ଯୋଧପୁର କୋର୍ଟ ।

ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା କଏଦୀ କିମ୍ବା ବନ୍ଦୀମାନଙ୍କୁ ଦିଆଯାଇଥିବା ପାରୋଲ୍ ବିଷୟରେ ବର୍ତ୍ତମାନ ପର୍ୟ୍ୟନ୍ତ ଆମେ ଶୁଣିଛୁ । ହେଲେ ରାଜସ୍ଥାନର ଯୋଧପୁରରେ ଘଟିଛି ଏକ ନିଆରା ଘଟଣା । ପତ୍ନୀ ମା’ ହେବା ପାଇଁ କୋଟକୁ ଯାଇଛନ୍ତି । ଅର୍ଥାତ ଜଣେ କଏଦୀଙ୍କ ପନ୍ତ୍ରୀ ତାଙ୍କ ‘ସନ୍ତାନ ପ୍ରାପ୍ତିର ଅଧିକାର’ ଦର୍ଶାଇ ତାଙ୍କ ସ୍ୱାମୀଙ୍କୁ ମୁକ୍ତ କରିବା ପାଇଁ ଦାବି କରି ଉଚ୍ଚନ୍ୟାୟାଳଙ୍କ ଦ୍ୱାରସ୍ତ ହୋଇଛନ୍ତି । ଏହା ପରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସନ୍ଦୀପ ମେହେଟ୍ଟା ଏବଂ ଫରଜାନ୍ଦ ଅଲ୍ଲୀଙ୍କ ଖଣ୍ଡପିଠ କହିଛନ୍ତି, ଯେ କଏଦି ଜେଲ ଯିବା ଯୋଗୁ ତାଙ୍କ ପନ୍ତ୍ରୀଙ୍କ ଯୌନ ଏବଂ ଭାବନାତ୍ମକ ଆବଶ୍ୟକତା ପ୍ରଭାବିତ ହୋଇଛି ।

ଏହି ଆଧାରରେ, ଆଜୀବନ କାରାଦଣ୍ଡ ଭୋଗୁଥିବା ୩୪ ବର୍ଷିୟ ନନ୍ଦଲାଲଙ୍କୁ କୋର୍ଟ ୧୫ ଦିନର ପାରୋଲ ମଞ୍ଜୁର କରିଛନ୍ତି । ଏହି ସମୟରେ ଖଣ୍ଡପିଠ ଋକ୍ ବେଦ ସମେତ ହିନ୍ଦୁ ଧର୍ମ ଗ୍ରନ୍ଥର ଉଦାହରଣ ଦେଇଥିଲେ ଏବଂ ହିନ୍ଦୁ ଧର୍ମ, ଖ୍ରୀଷ୍ଟିଆନ୍ ଧର୍ମ ଓ ଇସ୍ଲାମର ସିଦ୍ଧାନ୍ତର ଉଦାହରଣ ଦେଇ କଏଦୀଙ୍କୁ ୧୫ ଦିନିଆ ପାରୋଲ୍ ଦେଇଥିଲେ । ୧୬ ସଂସ୍କାର ମଧ୍ୟରୁ ଏକ ପିଲାଙ୍କୁ ଗର୍ଭରେ ଧାରଣ କରିବା ମହିଳାଙ୍କର ପ୍ରଥମ ଅଧିକାର ବୋଲି କୋର୍ଟ କହିଛନ୍ତି । ବଂଶରକ୍ଷା ଉଦ୍ଦେଶ୍ୟରେ ସନ୍ତାନ ହେବାର ଧାର୍ମିକ ଦର୍ଶନକୁ ଭାରତୀୟ ସଂସ୍କୃତି ଓ ବିଭିନ୍ନ ନ୍ୟାୟିକ ଘୋଷଣା ମାଧ୍ୟମରେ ମାନ୍ୟତା ଦିଆଯାଇଛି ।

ସନ୍ତାନ ଅଧିକାରକୁ ଦାମ୍ପତ୍ୟ ସଂପର୍କ ଦ୍ୱାରା ନିଷ୍କାଦିତ କରାଯାଇପାରିବ । ଏହା ବ୍ୟତୀତ ପାରୋଲରେ ଜଣେ ଅପରାଧୀଙ୍କୁ ଛାଡ଼ିବା ଉଦ୍ଦେଶ୍ୟ ହେଉଛି ମୁକ୍ତ ହେବା ପରେ ଶାନ୍ତିପୂର୍ଣ୍ଣ ଭାବେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଲାଗି ସୁଯୋଗ ଦେବା। ଜଣେ ବନ୍ଦୀଙ୍କ ସ୍ତ୍ରୀଙ୍କର ସନ୍ତାନ ଜନ୍ମ କରିବା ଅଧିକାର ରହିଛି। ସେ କୌଣସି ଅପରାଧ କରିନାହାନ୍ତି କିମ୍ବା ତାଙ୍କୁ କୌଣସି ଦଣ୍ଡ ବିଧାନ କରାଯାଇନାହିଁ। ତେଣୁ ଗର୍ଭଧାରଣ କରିବା ଉଦ୍ଦେଶ୍ୟରେ ସ୍ତ୍ରୀଙ୍କ ସହ ମିଶିବା ଲାଗି ବନ୍ଦୀ ସ୍ବାମୀଙ୍କୁ ସୁଯୋଗ ନ ଦେବା ସ୍ତ୍ରୀଙ୍କ ଅଧିକାରକୁ ପ୍ରଭାବିତ କରିବ ବୋଲି ଖଣ୍ଡପୀଠ କହିଥିଲେ।

Leave a Reply

Your email address will not be published. Required fields are marked *