ଜଗା ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ (ଦ କୁଇଭର): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପରେ ଚାଲିଗଲା ପ୍ରାଣବାୟୁ । ଏପରି ଏକ ଘଟଣା ଆଜି ଶ୍ରୀମନ୍ଦିରରେ ଘଟିଛି । ଛତିଶଗଡ଼ର ଜଣେ ପର୍ୟ୍ୟଟକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଭକ୍ତ ଜଣକ ଶ୍ରୀଜିଉଙ୍କ ଦର୍ଶନ କରିବା ପରେ ସେ ବିମଳା ମନ୍ଦିରକୁ ଯାଇଥିଲେ। ସେଠାରେ ମା’ଙ୍କ ଦର୍ଶନ କରିବା ପରେ ପାହାଚରେ ବସିଥିବା ବେଳେ ହଠାତ୍ ସେ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। ଏହା ପରେ ସେ ଚେତା ହରାଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ପୁରୀ ଡାକ୍ତରଖାନାକୁ ନେଇ ଯାଇଥିଲେ। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ମୃତ ପର୍ୟ୍ୟଟକଙ୍କ ନାଁ ଓ୍ୱାଇ.ଜି ମୂର୍ତ୍ତି ହୋଇଥିବା ବେଳେ ତାଙ୍କ ବୟସ ୭୨ ବର୍ଷ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *