ଭାରତ ଆସିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ (ଦ କୁଇଭର): ଆସନ୍ତା ସପ୍ତାହରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ। ୨୧ ତାରିଖରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ପ୍ରଥମେ ଗୁଜୁରାଟ ଯିବେ, ସେହିପରି ୨୨ ତାରିଖ ଦିନ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ବୋରିସଙ୍କ ଆଲୋଚନା ହେବାର କାର୍ୟ୍ୟକ୍ରମ ରହିଛି ।

ଭାରତ ଗସ୍ତ ସମୟରେ ଜନସନ ଅର୍ଥନୈତିକ, ଇଣ୍ଡୋ-ପାସିଫିକ ପ୍ରତିରକ୍ଷା ଓ ସୁରକ୍ଷା ଏବଂ ବୈଷୟିକ ସହଯୋଗ ପ୍ରସଙ୍ଗକୁ ମୁଖ୍ୟ ଫୋକସ ଦିଆଯିବ ବୋଲି ଶୁଣିବାକୁ ମିଳୁଛି । ବୋରିସଙ୍କ ଏହି ଭାରତ ଗସ୍ତ ଦୁଇ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ହେବା ପରେ ବୋରିସ୍ ଜନସନ ପ୍ରଥମ ଥର ପାଇଁ ଭାରତ ଗସ୍ତ କରୁଛନ୍ତି।

ଭାରତ ଗସ୍ତ ପୂର୍ବରୁ ଜନସନ ରବିବାର କହିଛନ୍ତି ଯେ ତାଙ୍କର ଭାରତ ଗସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଧ୍ୟାନ ଦେବ ଯାହା ଉଭୟ ଦେଶ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ । ଚାକିରି ସୃଷ୍ଟି ଏବଂ ଅର୍ଥନୈତିକ ବିକାଶ ଠାରୁ ଆରମ୍ଭ କରି ଶକ୍ତି ସୁରକ୍ଷା ଏବଂ ପ୍ରତିରକ୍ଷା କୂଟନୈତିକ ସହଭାଗିତାକୁ ମଜବୁତ କରିବା । ଅନ୍ୟପଟେ ବର୍ତ୍ତମାନ ରୁଷ ଓ ୟୁକ୍ରେନ୍ ମଧ୍ୟରେ ଏବେ ବି ଜାରି ରହିଛି ଯୁଦ୍ଧ । ଏନେଇ ମଧ୍ୟ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇପାରେ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *