ବିନା ଅନୁମତିରେ ଧାର୍ମିକ ସ୍ଥଳୀରେ ଲାଉଡସ୍ପିକରକୁ ନା

(ଦ କୁଇଭର ବ୍ୟୁରୋ): ଧାର୍ମିକ ସ୍ଥାନରେ ଲାଉଡ ସ୍ପିକର ଲଗାଇବା ପରିପ୍ରେକ୍ଷୀରେ ମହାରାଷ୍ଟ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଘୋଷଣା ଅନୁଯାୟୀ ବିନା ଅନୁମତିରେ କୌଣସି ଧାର୍ମିକ ସ୍ଥଳୀରେ ଲାଉଡ ସ୍ପିକର ଲଗାଯାଇ ପାରିବ ନାହିଁ। ଏଥିପାଇଁ ପୋଲିସର ଅନୁମତି ନେବାକୁ ପଡ଼ିବ ।

ଲାଉଡ ସ୍ପିକର ବିବାଦ ମାମଲାରେ ଆଜି ମହାରାଷ୍ଟ୍ରର ଗୃହମନ୍ତ୍ରୀ ଏବଂ ଡିଜିପିଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଯାହା ପରେ ଧାର୍ମିକ ସ୍ଥାନରେ ଲାଉଡ ସ୍ପିକର ସ୍ଥାପନ କରିବା ପୂର୍ବରୁ ଅନୁମତି ନେବାକୁ ପଡିବ ବୋଲି ନିଷ୍ପତ୍ତି ନିଆଯାଇଛି। ମହାରାଷ୍ଟ୍ର ସରକାର ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଦେଇଛନ୍ତି ଯେ ବର୍ତ୍ତମାନଠାରୁ ବିନା ଅନୁମତିରେ ଲାଉଡ ସ୍ପିକର ଲଗାଇବା ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆଜାନର ୧୫ ମିନିଟ ପୂର୍ବରୁ ଏବଂ ପରେ ଏହାକୁ ଅନୁମତି ଦିଆଯିବ ନାହିଁ । ମସଜିଦର ୧୦୦ ମିଟର ମଧ୍ୟରେ ଏହାକୁ ଅନୁମତି ଦିଆଯିବ ନାହିଁ । ଆଇନ ଏବଂ ଶୃଙ୍ଖଳା ବଜାୟ ରଖିବା ଏହି ଆଦେଶର ଉଦ୍ଦେଶ୍ୟ ବୋଲି ନାଶିକ୍ ସିପି ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।

ଗତ ମେ ୩ତାରିଖ ପରେ ମସଜିଦରୁ ଲାଉଡ ସ୍ପିକର ହଟାଇବା ପାଇଁ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ଚେତାବନୀ ଦେଇଥିଲେ। ଯେଉଁ ଦାବିକୁ ଆଧାର କରି ମହାରାଷ୍ଟ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି ।

Leave a Reply

Your email address will not be published. Required fields are marked *