୪ର୍ଥ ଲହର ନେଇ ସତର୍କ କଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର (ଦ କୁଇଭର): ପୁଣି ତୋଡ ଦେଖାଇଲାଣି କରୋନା । ୪ର୍ଥ ଲହର ପାଇଁ ବଢିଲାଣି ଭୟ । ଦିଲ୍ଲୀ ଭଳି କିଛି ରାଜ୍ୟରେ ପୁଣି ସଂକ୍ରମଣ ବଢିବାର ସମ୍ଭାବନା ରହିଛି ବୋଲି ସତର୍କ କରାଇଲେ ରାଜ୍ୟ ସରକାର । ସଂକ୍ରମଣ ହାର କମୁଥିଲେ ମଧ୍ୟ ଆଗାମୀ ୪ର୍ଥ ଲହର ପାଇଁ ସଜାଗ ରହିବା ପାଇଁ ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ପୁଣି କହିଛନ୍ତି ଯେ, ସମସ୍ତେ ସତର୍କ ଦୃଷ୍ଟି ରଖିବାକୁ ଜିଲ୍ଲାମାନଙ୍କୁ କୁହାଯାଇଛି । ଆଇସିଏମଆର ଗାଇଡଲାଇନ ଅନୁଯାୟୀ ଟେଷ୍ଟ ବଢାଯାଉଛି । କ୍ଲଷ୍ଟର ଆଉଟ ବ୍ରେକ୍ ଯେଉଁଠି ହେଉଛି ତାହା ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି । ହାଇ ରିକ୍ସ ପପୁଲେସନ ଉପରେ ନଜର ରଖାଯାଇଛି ।

Leave a Reply

Your email address will not be published. Required fields are marked *