ଏହି କାରଣ ଯୋଗୁଁ ସ୍ମାର୍ଟଫୋନରେ ଲାଗେ ନିଆଁ

(ଦ କୁଇଭର ବ୍ୟୁରୋ): ସ୍ମାର୍ଟଫୋନ ଅଧିକ ବ୍ୟବହାର କରୁଛନ୍ତି କି ତେବେ ହୋଇଯାଇନ୍ତୁ ସାବଧାନ । ବେଳେବେଳେ ଅଧିକ ସମୟ ଧରି ବ୍ୟବହାର କରିବା ଦ୍ୱାରା ନିଆଁ ଲାଗିଯିବାର ସମ୍ଭାବନା ଥାଏ । ଆଉ କେତେବେଳେ ତ ଆପେ ଆପେ ଫୋନ ଜଳିଯାଏ । ଗତକିଛି ମାସରୁ ଏମିତି ଅନେକ ମାମଲାକୁ ରିପୋର୍ଟ ହୋଇଛି, ଯେଉଁଥିରେ ଲୋକଙ୍କ ସ୍ମାର୍ଟଫୋନରେ ହଠାତ୍ ନିଆଁ ଯାଇଥାଏ । ନିକଟରେ ମଧ୍ୟ ଇଣ୍ଡିଗୋର ଏକ ଫ୍ଲାଇଟ୍ ରେ ଯାତ୍ରୀଙ୍କ ସ୍ମାର୍ଟଫୋନରେ ନିଆଁ ଲାଗି ଯାଇଥିଲା । ତେବେ ଜାଣନ୍ତୁ ସେହି ୫ଟି ମୁଖ୍ୟ କାରଣ କ’ଣ ଯେଉଁଥି ପାଇଁ ସ୍ମାର୍ଟଫେନରେ ନିଆଁ ଲାଗିଥାଏ । ଆଉ ନିଜ ଫୋନକୁ କିପରି ସୁରକ୍ଷିତ ରଖିବେ ଆପଣାନ୍ତୁ ଏହି ଉପାୟ –

ଏହି ତାପମାତ୍ରାରୁ ସ୍ମାର୍ଟଫୋନୁ ଦୂରେଇ ରଖନ୍ତୁ –
ନିଜର ସ୍ମାର୍ଟଫୋନ୍କୁ ଅଧକ ଗରମରେ ରଖନ୍ତୁ ନାହିଁ । ଏହା ବହୁତ ବହୁତ ହାନିକାରକ ହୋଇପାରେ ଏବଂ ଏହା ହିଁ ଏକ ପ୍ରମୁଖ କାରଣ କି ଯେଉଁଥିରେ ସ୍ମାର୍ଟଫୋନର ବ୍ୟାଟେରୀରେ ନିଆଁ ଲାଗିଯାଏ । ତେଣୁ ଅଧିକ ସମୟ ଯାଏ ନିଜର ସ୍ମାର୍ଟଫୋନକୁ ଗରମ ଥିବା ସ୍ଥାନରେ ରଖନ୍ତୁ ନାହିଁ । ଏହା ବିପଜ୍ଜନକ ହୋଇପାରେ ।

ଏହି ସମୟରେ ଫୋନକୁ ଚାର୍ଜ କରନ୍ତୁ ନାହିଁ –
ଆମ ମଧ୍ୟରେ ଅନେକ ଲୋକ ନିଜର ସ୍ମାର୍ଟଫୋନକୁ ସେତେବେଳେ ଚାର୍ଜ କରିଥାନ୍ତି, ଯେବେ ରାତିରେ ଶୋଇଥାନ୍ତି , ରାତି ସାରା ଚାର୍ଜିଂରେ ରଖିବାରେ ଫୋନର ବ୍ୟାଟେରୀ ଆବଶ୍ୟକତା ଠାରୁ ଅଧିକ ଗରମ ହୋଇପାରେ ଏବଂ ଏଥିରେ ବି ଫୋନ୍ ରେ ନିଆଁ ଲାଗିପାରେ।

ଫୋନ ଖରାପ ହେଲେ –
ସ୍ମାର୍ଟଫୋନ୍କୁ ଯତ୍ନ ସହକାରେ ରଖିବା ବହୁତ ଜରୁରୀ ହୋଇଥାଏ । ଯଦି ଆପଣଙ୍କ ସ୍ମାର୍ଟଫୋନ ହାତରୁ ଖସିପଡ଼ୁଛି ତ ଆପଣଙ୍କୁ କହି ରଖୁଛୁ କି, ଫୋନର ସାମନା ଭାଗ ଯେମିତି କିଛି ନ ହେଉ ହେଲେ ଏହାର ବ୍ୟାଟେରୀ ଉପରେ ଏହାର ପ୍ରଭାବ ନିଶ୍ଚୟ ପଡ଼ିପାରେ , ଯେଉଁଥିରେ ଖୁବ୍ ଶିଘ୍ର ଫୋନ ଖରାପ ହୋଇଥାଏ ।

ସ୍ମାର୍ଟଫୋନରେଏମିତି କରନ୍ତୁ ନାହିଁ –
ଆମର ସ୍ମାର୍ଟଫୋନ ଏମିତି ଅନେକ କାମ ଏକା ସାଥିରେ କରିପାରେ , ହେଲେ ଗେମିଂ ଓ ମଲଟି–ଟାସ୍କିଂରେ ଫୋନର ପ୍ରୋସେସର ବହୁତ ଶୀଘ୍ର ଗରମ ହୋଇଥାଏ, ଯେଉଁଥିରେ ଏଥିରେ ନିଆଁ ଲାଗିପାରେ। ଯେମିତି ମଣିଷକୁ ବିଶ୍ରାମ ଦରକାର, ସେମିତି ଆପଣଙ୍କର ସ୍ମାର୍ଟଫୋନକୁ ବି ଆରାମ ଦିଅନ୍ତୁ ।

ଏହି ଚାର୍ଜର ବ୍ୟବହାର କରନ୍ତୁ ନାହିଁ –
ସ୍ମାର୍ଟଫୋନକୁ ଚାର୍ଜକରିବା ସମୟରେ କେବଳ କମ୍ପାନୀର ବ୍ରାଣ୍ଡେଡ୍ ଚାର୍ଜର ହିଁ ବ୍ୟବହାର କରନ୍ତୁ। ଥାର୍ଡ ପାର୍ଟି ଚାର୍ଜର ବା ପୁଣି କୌଣସି ଲକର ଚାର୍ଜରରେ ଫୋନର ବ୍ୟାଟେରୀ ବହୁତ ଖରାପ ହୋଇପାରେ ଏବଂ ଏହିପରି ବ୍ୟାଟେରୀରେ ନିଆଁ ଲାଗିପାରେ ।

Leave a Reply

Your email address will not be published. Required fields are marked *