ସର୍ଫ କିଣୁଥିଲେ ସାବଧାନ !

କଟକ (ଦ କୁଇଭର): ଟ୍ୱିନ୍ ସିଟିରେ ବେଲଗାମ ନକଲି କାରବାର । କେତେବେଳେ ନକଲି ପନିର୍ ବିକ୍ରି ହେଲାଣି ତ କେତେବେଳେ ଖାଇବା ତେଲ ତ ଆଉ କେତେବେଳେ ନକଲି ସସ୍ । କଟକ ସହର ଏବେ ନକଲି ଖାଦ୍ୟ ସାମଗ୍ରୀର ହବ୍ ପାଲଟିଥିବା ଚର୍ଚ୍ଚା ହେଉଛି । ବାରମ୍ବାର ଚଢ଼ଉ ସତ୍ତ୍ୱେ ବିଭିନ୍ନ ଗୋଦାମ ତଥା ପ୍ରସ୍ତୁତକାରୀ ଫ୍ୟାକ୍ଟ୍ରୀଗୁଡ଼ିକ ଏଥିରୁ ବିରତ ହେଉନାହାନ୍ତି । ଏଥର ପାଳି ପଡ଼ିଛି ନକଲି ଡିଟରଜେଣ୍ଟ ପାଉଡର୍ର ।

ଟାଙ୍ଗି ଓ ମାହାଙ୍ଗା ଅଞ୍ଚଳରେ ମାଲଗୋଦାମ ଥାନା ପୋଲିସ ଚଢାଉ କରି ୧୫୪୦ କିଲୋ ନକଲି ଡିଟରଜେଣ୍ଟ ପାଉଡର ଜବତ କରିଛି। ଏହାସହ ଡିଟରଜେଣ୍ଟ ତିଆରି ମେସିନ୍, ଡିଟରଜେଣ୍ଟ ତିଆରି ପାଇଁ ରଖାଯାଇଥିବା ୧୮୦୦ କିଲୋର କଞ୍ଚାମାଲ୍ ଜବତ ହୋଇଛି। ସର୍ଫ ଏକ୍ସିଲ୍ କମ୍ପାନୀର ଲୋଗୋ ଥିବା ଜରିକୁ କଳା ବେପାରରେ ବ୍ୟବହୃତ ହୋଇଥିବା ପୋଲିସ୍ ଜାଣିବାକୁ ପାଇଛି । ଏଥିରେ ଜଡ଼ିତ ଅଭିଜିତ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ୍ ଅଟକ ରଖିଛି ପଚରାଉଚରା ଚଳାଇଛି ।

Leave a Reply

Your email address will not be published. Required fields are marked *