ପେଟ୍ରୋଲ ଲିଟର ପିଛା ୩୩୮ଟଙ୍କା: ଜାଣନ୍ତୁ କେଉଁଠି ?

କଲମ୍ବୋ: (ଦ କୁଇଭର): ଆର୍ଥିକ ସଙ୍କଟରେ ସମ୍ମୁଖୀନ ହୋଇଥିବା ଶ୍ରୀଲଙ୍କାରେ ବର୍ତ୍ତମାନ ଏକ ଲିଟର ପେଟ୍ରୋଲ ୩୩୮ ଟଙ୍କା (ଶ୍ରୀଲଙ୍କା ମୁଦ୍ରା)ରେ ବିକ୍ରି କରାଯାଉଥିବା ଜଣାପଡିଛି । ଦେଶରେ ପେଟ୍ରୋଲ, ଡିଜେଲର ଘୋର ଅଭାବ ପରିଲକ୍ଷିତ ହେଉଥିବାବେଳେ ଯାହା କିଛି ପେଟ୍ରୋଲ ଗଚ୍ଛିତ ଅଛି କିମ୍ବା ବିଦେଶରୁ ସାହାଯ୍ୟ ସୂତ୍ରରେ ମିଳିଛି, ତାହାକୁ ଏଭଳି ଚଢା ମୂଲ୍ୟରେ ବିକ୍ରି କରାଯାଉଛି ବୋଲି ସିଲୋନ୍ ପେଟ୍ରୋଲିୟମ କର୍ପୋରେସନ ପକ୍ଷରୁ କୁହାଯାଇଛି । ଆନ୍ତର୍ଜାତିକ ମାର୍କେଟରେ ଅଶୋଧିତ ତୈଳର ଅହେତୁକ ମୂଲ୍ୟ ବୃଦ୍ଧି ସାଙ୍ଗକୁ ଡଲାର ତୁଳନାରେ ଶ୍ରୀଲଙ୍କା ମୁଦ୍ରାର ବିନିମୟ ମୂଲ୍ୟ ଯଥେଷ୍ଟ ହ୍ରାସ ପାଉଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି କମ୍ପାନୀ କର୍ତ୍ତୃପକ୍ଷ କାରଣ ଦର୍ଶାଇଛନ୍ତି ।

Leave a Reply

Your email address will not be published. Required fields are marked *