ରେକର୍ଡ ଭାଙ୍ଗୁଛି ସୋନପୁର: ୪୪.୪ ଡିଗ୍ରୀ ଛୁଇଁଲା ତାପମାତ୍ରା

(ଦ କୁଇଭର ବ୍ୟୁରୋ): ଅସହ୍ୟ ହେଲାଣି ତାତି । ତାତିରେ ସିଝୁଛି ସାରା ରାଜ୍ୟ । ଆଜି ଚଳିତ ବର୍ଷର ଦିନର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରିଛି। ୪୪.୪ ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ୯ଟି ସହରରେ ଦିନର ତାପମାତ୍ରା ୪୨ ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଥିବା ବେଳେ ପୁଣି ଆଜି ୨୧ ସହରର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି। କିଛି କିଛି ସ୍ଥାନରେ ୪୪ ଡିଗ୍ରୀ ମଧ୍ୟ ଟପିଗଲାଣି । ଆଗକୁ ଦିନର ତାପମାତ୍ରା ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ତେବେ ଆଜି ସାରା ରାଜ୍ୟରେ ସୋନପୁର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଏଠାରେ ତାପମାତ୍ରା ୪୪.୪ ଡିଗ୍ରୀ ରହିଛି । ଏହାଛଡ଼ା ଆଜି ରାଜ୍ୟର ୨୦ଟି ସହରରେ ୪୦ ଡିଗ୍ରୀ ଡେଇଁଛି ତାପମାତ୍ରା । ବଲାଙ୍ଗୀରରେ ମଧ୍ୟ ୪୪.୩ ଡିଗ୍ରୀ ତାପମାତ୍ରା ରହିଛି । ଟିଟିଲାଗଡ଼ରେ ୪୩.୫, ଅନୁଗୋଳରେ ୪୩.୧, ବୌଦ୍ଧରେ ୪୩, ଝାରସୁଗୁଡ଼ା ୪୨.୮, ସୁନ୍ଦରଗଡ଼ରେ ୪୨.୫, ସମ୍ୱଲପୁରରେ ୪୨.୪, ଭବାନୀପାଟଣାରେ ୪୨ ଡିଗ୍ରୀ ତାପମାତ୍ରା ରହିଛି । ସେହିପରି ହୀରାକୁଦରେ ୪୧.୬, ବାରିପଦାରେ ୪୧, ପାରଳାଖେମୁଣ୍ଡିରେ ୪୧ଡିଗ୍ରୀ, ନୂଆପଡ଼ାରେ ୪୧ ଡିଗ୍ରୀ ତାପମାତ୍ରା ରହିଛି ।

Leave a Reply

Your email address will not be published. Required fields are marked *