ପୁରୀ (ଦ କୁଇଭର): ସଜ୍ଜା ହେବ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ । ନାଲି, କଳା ଓ ସବୁଜ ରଙ୍ଗ କପଡା଼ରେ ଆଚ୍ଛାଦିତ ହେବ । ରଥ ସଜାଇବା ପାଇଁ ଆସି ପହଞ୍ଚିଛି କପଡ଼ା । ଦରଜୀ ସେବକମାନେ ସେହି କପଡ଼ାକୁ କାଟି ପ୍ରସ୍ତୁତ କରିବେ ରଥ । ସେହି ସୁସଜ୍ଜିତ ରଥରେ ବିଜେ କରିବେ ଠାକୁର ।

୨୦୨୨ ରଥଯାତ୍ରା ପାଇଁ ଆଜି ଠାରୁ ଆରମ୍ଭ ହୋଇଛି ରଥ କପଡ଼ା ପ୍ରସ୍ତୁତି କାର୍ଯ୍ୟ । ଦରଜୀ ସେବକମାନେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି ।

ତିନିରଥର କପଡ଼ା ସଜ୍ଜା ଠାରୁ ଆରମ୍ଭ କରି ବିଭିନ୍ନ ବସ୍ତ୍ର ବି ପ୍ରସ୍ତୁତ କରାଯିବ ।
ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟ ଆରମ୍ଭ କରାଯାଇଛି । ଦୀର୍ଘ ୨ବର୍ଷ ଧରି କରୋନା ପାଇଁ ବିନା ଭକ୍ତରେ ରଥଯାତ୍ରା କରାଯାଉଛି । ହେଲେ ଏଥର ଭକ୍ତମାନଙ୍କୁ ସୁଯୋଗ ମିଳିବ ବୋଲି ଆଶା କରାଯାଉଛି । ୨ବର୍ଷ ପରେ ବଡ଼ଦାଣ୍ଡରେ ଭକ୍ତଗଣ ରଥ ଦର୍ଶନ କରିବେ ଓ ଟାଣିବେ । ରଥ ସଜ୍ଜା ପାଇଁ ଦରଜୀ ସେବକମାନେ କାମ ଆରମ୍ଭ କରିଥିବା ବେଳେ ଆସନ୍ତା ଅକ୍ଷୟତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ମହାରଣା ସେବକମାନେ ସେଥିପାଇଁ ପ୍ରସ୍ତୁତ ହେଲେଣି ।

Leave a Reply

Your email address will not be published. Required fields are marked *