କ୍ଷମା ମାଗିଲେ ଅକ୍ଷୟ କୁମାର

(ଦ କୁଇଭର ବ୍ୟୁରୋ): ବିବାଦରେ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର । ଅକ୍ଷୟ ତାଙ୍କ ଅଭିନୟ ଦ୍ୱାରା ଲୋକଙ୍କ ହୃଦୟ ଜିତୁଥିବା ବେଳେ ଏବେ ତାଙ୍କ ପ୍ରଶଂସକମାନଙ୍କ ଦ୍ୱାରା ସୋଶିଆଲ ମିଡିଆରେ ଟ୍ରୋଲ ହେବାରେ ଲାଗିଛନ୍ତି । ଅକ୍ଷୟ ଅନେକ ଥର ପ୍ରକାଶ କରିଛନ୍ତି ଯେ ସେ ସିଗାରେଟ ଟାଣନ୍ତି ନାହିଁ କିମ୍ବା ମଦ୍ୟପାନ କରି ନାହାଁନ୍ତି। ତାଙ୍କୁ ଅନେକ ଥର ଦେଖିବାକୁ ମିଳିଥିଲା ଯେ ସେ କୈଣସି ପ୍ରକାରର ମଦ୍ୟପାନ କରନ୍ତି ନାହିଁ ଏବଂ ଏପରି ଜିନିଷକୁ କେବେ ପ୍ରୋତ୍ସାହିତ କରିବେ ନାହିଁ । କିନ୍ତୁ ନିକଟରେ ଅକ୍ଷୟ ଗୁଟକା-ପାନ୍ ମସାଲା ତିଆରି କରୁଥିବା ଏକ କମ୍ପାନୀ ‘ ବିମଳ ‘ ସହିତ ହାତ ମିଳାଇ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଦେଇଥିଲେ ।

ଅକ୍ଷୟ କୁମାର ପାନ ମସଲାର ଏକ ବିଜ୍ଞାପନ କରି ପ୍ରଚାର କରିବା ଆରମ୍ଭ କରିବା ପରେ ସମାଲୋଚନାର ଶିକାର ହୋଇଛନ୍ତି । ଏମିତିକି ପାନ୍ ମସାଲା ବ୍ରାଣ୍ଡରେ ଅକ୍ଷୟ କୁମାର ଯୋଡ଼ି ହୋଇଥିବାରୁ ଭୀଷଣ ଟ୍ରୋଲ ହୋଇଛନ୍ତି ଅକ୍ଷୟ କୁମାର। ତମାଖୁ ବ୍ରାଣ୍ଡର ବିଜ୍ଞାପନରେ ଅକ୍ଷୟଙ୍କୁ ଦେଖିବା ପରେ ପ୍ରଶଂସକମାନେ ଅସନ୍ତୋଷ ପ୍ରକାଶ କରିଥିଲେ ।

https://www.instagram.com/p/CclbEC2hPC0/?utm_source=ig_web_copy_link

ପ୍ରଂଶକଙ୍କ ସମାଲୋଚନା ଓ ପରାମର୍ଶକୁ ସମ୍ମାନ ଜଣାଇ ଅକ୍ଷୟ କୁମାର ସେମାନଙ୍କୁ କ୍ଷମା ମାଗିଛନ୍ତି। ଅକ୍ଷୟ କୁମାର କହିଛନ୍ତି ଯେ, ମୋର ଏହି ନିଷ୍ପତ୍ତି ପାଇଁ ମୁଁ ଦୁଃଖିତ। ମୁଁ ଆପଣଙ୍କ ନିକଟରେ କ୍ଷମା ମାଗୁଛି। ଗତ ଅଳ୍ପ କିଛି ଦିନ ହେବ ଆପଣମାନଙ୍କର ପ୍ରତିକ୍ରିୟା ମୋତେ ଖୁବ୍ ବ୍ୟଥିତ କରିଛି। ମୁଁ ତମାଖୁକୁ ସପକ୍ଷରେ ନାହିଁ କି, ରହିବି ନାହିଁ। ତେଣୁ, ‘ବିମଳ ଅଳେଇଚ’ ସହିତ ଥିବା ମୋର ସମ୍ପୃକ୍ତି ପ୍ରତି ଆପଣମାନଙ୍କୁ ପ୍ରତିକ୍ରିୟାକୁ ସମ୍ମାନ ଜଣାଉଛି।

ଆଇନଗତ ରାଜିନାମାର ଅବସାନ ପର୍ୟ୍ୟନ୍ତ ଉକ୍ତ କମ୍ପାନିରେ ମୁଁ ଅଭିନୟ କରିଥିବା ବିଜ୍ଞାପନ ପ୍ରସାରଣ କରିପାରେ। କିନ୍ତୁ, ମୁଁ ପ୍ରତିଶୃତି ଦେଉଛି ଭବିଷ୍ୟତରେ ଏଭଳି ଅବକାଶ ଆସିଲେ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବି। ପ୍ରତିବଦଳରେ ମୁଁ ଆପଣଙ୍କର ସ୍ନେହ ଓ ସଦିଚ୍ଛା କାମନା କରୁଛି।

Leave a Reply

Your email address will not be published. Required fields are marked *