Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ବଢିବ ସିମେଣ୍ଟ ଦର

ଭୁବନେଶ୍ୱର (ଦ କୁଇଭର): ଆପଣ ଘର ତିଆରି କରିବାକୁ ଚାହୁଁଛନ୍ତି । ଯଦି ଚାହୁଁଛନ୍ତି, ତାହେଲେ ଆପଣଙ୍କ ପାଇଁ ଖର୍ଚ୍ଚ ପୂର୍ବାପେକ୍ଷା ଅଧିକ ପଡ଼ିବ । କାରଣ ଏବେ ମହଙ୍ଗା ହେବାକୁ ଯାଉଛି ଗୃହ ନିର୍ମାଣ । ଘର ତିଆରି ପାଇଁ ବ୍ୟବହୃତ ସିମେଣ୍ଟ ଦାମ ବୃଦ୍ଧି ପାଇବାକୁ ଯାଉଛି । ସିମେଣ୍ଟ ଦାମ୍ ୫କି ୧୦ ନୁହେଁ ଏକାଥରକେ ୨୫ରୁ ୫୦ ଟଙ୍କା ଲେଖାଏଁ ବୃଦ୍ଧି ପାଇବାକୁ ଯାଉଛି ।

ସିଆରଆଇଏସଆଇଏଲର ରିପୋର୍ଟ ମୁତାବକ, ଋଷ ଓ ୟୁକ୍ରେନ ଯୁଦ୍ଧ ଯୋଗୁଁ ଭାରତ ସମେତ ଅନେକ ଦେଶରେ ସିମେଣ୍ଟ ଦର ବଢିବ ବୋଲି କୁହାଯାଉଛି । ଗତ ବର୍ଷକ ମଧ୍ୟରେ ସିମେଣ୍ଟ ଦାମ ଏକାଥରରେ ୩୦ରୁ ୪୦ ଟଙ୍କା ବୃଦ୍ଧି ପାଇଥିବାବେଳେ ଏବେ ପୁଣିଥରେ ୨୫ରୁ ୫୦ ଟଙ୍କା ପର୍ୟ୍ୟନ୍ତ ବୃଦ୍ଧି ପାଇବା କୁହାଯାଉଛି ।

କେବଳ ସିମେଣ୍ଟ ନୁହେଁ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ଦେଶରେ ତୈଳ ଦର ମଧ୍ୟ ଅଯାଚିତ ଭାବେ ବୃଦ୍ଧି ପାଇଛି । ତେଣୁ ପରିବହନ ଖର୍ଚ୍ଚ ବଢିଯାଇଛି । ଫଳରେ ସିମେଣ୍ଟ ଦର ଉପରେ ପଡିଛି । ତେଣୁ ଆଗାମୀ ଦିନରେ ସିମେଣ୍ଟ ଦର ବଢିପାରେ ବୋଲି ଅନୁମାନ କରାଯାଉଛି । ଓ ଏହା ଲୋକମାନଙ୍କ ଉପରେ ଅନେକ ପ୍ରଭାବ ପକାଇବ ବୋଲି କୁହାଯାଉଛି ।

Exit mobile version