Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ମିଶନ ୨୦୨୪: କାଲିଠାରୁ ବିଜେଡି ପର୍ଯ୍ୟବେକ୍ଷକ ବୈଠକ, ଓ୍ୱାନ୍‌ ଟୁ ଓ୍ୱାନ୍‌ ଆଲୋଚନା କରିବେ ନବୀନ

ଭୁବନେଶ୍ୱର (ଦ କୁଇଭର): ବିଜେଡିର ମିଶନ ୨୦୨୪। ପାଖାପାଖି ଦୁଇ ବର୍ଷ ଆଗରୁ ରଣନୀତି ପାଇଁ ଆରମ୍ଭ ହେବ ପ୍ରଥମ ପ୍ରସ୍ତୁତି ବୈଠକ । ଆସନ୍ତାକାଲିଠାରୁ ଅନୁଷ୍ଠିତ ହେବ ବିଜେଡି ପର୍ଯ୍ୟବେକ୍ଷକ ବୈଠକ । ଜିଲ୍ଲା ପର୍ଯ୍ୟବେକ୍ଷକ ବୈଠକ ଡ଼ାକିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତିନିଦିନ ଧରି ଚାଲିବ ଏହି ବୈଠକ । ପୌର ନିର୍ବାଚନ, ପଞ୍ଚାୟତ ନିର୍ବାଚନ ସମୀକ୍ଷା ସହ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହେବ।

ନିଜେ ସୁପ୍ରିମୋ ସବୁ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସହ ଓ୍ୱାନ୍‌ ଟୁ ଓ୍ୱାନ୍‌ ଆଲୋଚନା କରିବେ। ଯେଉଁ ଜିଲ୍ଲାମାନଙ୍କରେ ପ୍ରଦର୍ଶନ ଭଲ ରହିନାହିଁ ଏହି ବୈଠକରେ ସାଙ୍ଗଠନିକ ସ୍ତରରେ ଅଦଳବଦଳ ହେବାର ସମ୍ଭାବନା ରହିଛି । ସମସ୍ତଙ୍କୁ ଏକାସାଙ୍ଗରେ ନେଇ ଯିବାର ଟିପ୍ସ ଦେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଦଳ ସୁପ୍ରିମୋ କଣ ନିଷ୍ପତ୍ତି ନେଉଛନ୍ତି, ତାହା ପର୍ଯ୍ୟବେକ୍ଷକ ବୈଠକ ପରେ ହିଁ ସ୍ପଷ୍ଟ ହେବ।

ତେବେ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଥିବା ବିଜେଡି ପର୍ଯ୍ୟବେକ୍ଷକ ବୈଠକରେ କିଛି ପରିବର୍ତ୍ତନ ହେବାର ଆଶଙ୍କା ରହିଛି । ସେପଟେ କଂଗ୍ରେସ ଓ ବିଜେପି ମଧ୍ୟ ଆଗାମୀ ନିର୍ବାଚନ ପାଇଁ ରଣନୀତି ଆରମ୍ଭ କରିସାରିଛନ୍ତି । ବିଜେପିର ବରିଷ୍ଠ ନେତାମାନେ ବିଭିନ୍ନ ଜିଲ୍ଲା ବୁଲି ସାଙ୍ଗଠନିକ ସ୍ଥିତି ସୁଧାରିବାକୁ ଉଦ୍ୟମ ଜାରି ରଖିଛନ୍ତି ।

Exit mobile version