Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

IPL 2022: ଟସ୍ ଜିତିଲା ଦିଲ୍ଲୀ, ବ୍ୟାଟିଂ କରିବ ରାଜସ୍ଥାନ

ମୁମ୍ବାଇ (ଦ କୁଇଭର): ଚଳିତ ଆଇପିଏଲ୍‌ରେ ୩୪ ତମ ମ୍ୟାଚ୍‌ରେ ମୁଂହାମୁହିଁ ହେଉଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚରେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ପୁନେ ସ୍ଥିତ ଏମ୍‌ସିଏ ଗ୍ରାଉଣ୍ଡରେ ଏହି ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଥିଲା । ହେଲେ କରୋନା ସଂକ୍ରମଣକୁ ନଜରରେ ରଖି ଏହି ମ୍ୟାଚ୍‌କୁ ୱାଙ୍ଖଡେ ଷ୍ଟାଡିୟମକୁ ସ୍ଥାନାନ୍ତରିତ କରାଯାଇଛି ।

ରାଜସ୍ଥାନ ରୟାଲ୍ସ କଥା ଯଦି କହିବା ତାହାଲେ ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ଦମଦାର ପ୍ରଦର୍ଶନ କରିଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରୁଛି ରାଜସ୍ଥାନ । ବ୍ୟାଟିଂରେ ଜସ୍ ବଟଲର ତାଙ୍କ ଜଲଓ୍ୱା ଦେଖାଉଥିବାବେଳେ ବୋଲିଂରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି ୟୁଜିବେନ୍ଦ୍ର ଚହଲ । ଚଳିତ ସିଜିନରେ ବଟଲର ୬ ମ୍ୟାଚରେ ୩୭୫ ରନ କରି ଅରେଞ୍ଜ କ୍ୟାପ ହୋଲ୍ଡର ହୋଇଥିବାବେଳେ ୬ ମ୍ୟାଚରେ ୧୭ ଓ୍ୱିକେଟ ହାସଲ କରି ପର୍ପଲ କ୍ୟାପ ହାତେଇଛନ୍ତି ୟୁଜିବେନ୍ଦ୍ର ଚହଲ । ତେବେ ରାଜସ୍ଥାନ ଚଳିତ ସିଜିନରେ ୬ ମ୍ୟାଚ ଖେଳି ୪ଟିରେ ବିଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ତେଣୁ ଆଜିର ମ୍ୟାଚରେ ବିଜୟ ଲାଭ କରି ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନକୁ ଯିବା ପାଇଁ ଚେଷ୍ଟା କରିବ ରାଜସ୍ଥାନ ରୟାଲ୍ସ ।

ସେହପରି ଦିଲ୍ଲୀ କ୍ୟାପିଟାଲ୍ସ କଥା ଯଦି କହିବା ତାହାଲେ ଚଳିତ ସିଜିନରେ ଭଲ ପ୍ରଦର୍ଶନ କରିଛି ଦିଲ୍ଲୀ । ଦିଲ୍ଲୀ ଏପର୍ଯ୍ୟନ୍ତ ୬ଟି ମ୍ୟାଚ ଖେଳି ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ଦିଲ୍ଲୀ ଦଳକୁ ଡେଭିଡ ଓ୍ୱାର୍ଣ୍ଣର ଦଳ ଅଧିକ ସଦୃଢ଼ ରହିଛି । ସେହପରି ବୋଲିଂରେ କୁଲଦୀପ ଯାଦବଙ୍କ ଯାଦ ଆଗରେ ହାର ମାନୁଛନ୍ତି ବିରୋଧି ବ୍ୟାଟ୍ସମ୍ୟାନ । ତେଣୁ ଆଜିର ମ୍ୟାଚରେ ଦିଲ୍ଲୀ ବିଜୟ ଲାଭ କରି ପଏଣ୍ଟ ଟେବୁଲର ଉପରକୁ ଉଠିବାକୁ ପାଇଁ ଚେଷ୍ଟା କରିବ ।

ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ୱୀ ଶ’, ଡେଭିଡ୍‌ ୱାର୍ଣ୍ଣର, ସର୍ଫରାଜ ଖାନ, ରିଷଭ ପନ୍ତ(ଅଧିନାୟକ), ଲଳିତ ଯାଦବ, ରୋଭମାନ ପାୱେଲ୍‌, ଅକ୍ଷର ପଟେଲ, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ମୁସ୍ତାଫିଜୁର ରେହମାନ, ଖଲିଲ ଅହମ୍ମଦ ।

ରାଜସ୍ଥାନ ରୟାଲ୍ସ: ଜୋସ ବଟଲର, ଦେବଦତ୍ତ ପାଡ଼ିକଲ, ସଞ୍ଜୁ ସାମସନ(ଅଧିନାୟକ), ସିମରନ ହେଟମାୟର, କରୁଣ ନାଏର, ରିୟାନ ପରାଗ, ରବି ଚନ୍ଦ୍ରନ ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ, ଓବେଡ ମ୍ୟାକ୍‌କୟ, ପ୍ରସିଦ୍ଧ କ୍ରିଷ୍ଣା, ୟୁଜବେନ୍ଦ୍ର ଚହଲ ।

Exit mobile version