IPL 2022: ଆଜି ରାଜସ୍ଥାନକୁ ଭେଟିବ ଦିଲ୍ଲୀ, ବିଜୟଧାରା ଜାରି ରଖିବା ଲକ୍ଷ୍ୟରେ ଉଭୟ ଦଳ

ମୁମ୍ବାଇ(ଦ କୁଇଭର): ଇଣ୍ଡିଆନ ପ୍ରିମିୟର ଲିଗର ୩୪ ତମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚ ଆଜି ସନ୍ଧ୍ୟା ୭ଟା୩୦ରେ ମୁମ୍ବାଇର ଓ୍ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ ପୂର୍ବରୁ ନେଟ୍ସରେ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ଏହି ମ୍ୟାଚ ପୂର୍ବରୁ ଉଭୟ ଦଳ ତାଙ୍କ ଶେଷ ମ୍ୟାଚରେ ବିଜୟ ଲାଭ କରି ଆସିଥିବାରୁ ଏହି ମ୍ୟାଚରେ ଅତ୍ୟନ୍ତ ରୋମାଞ୍ଚକର ହେବ ।

ରାଜସ୍ଥାନ ରୟାଲ୍ସ କଥା ଯଦି କହିବା ତାହାଲେ ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ଦମଦାର ପ୍ରଦର୍ଶନ କରିଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରୁଛି ରାଜସ୍ଥାନ । ବ୍ୟାଟିଂରେ ଜସ୍ ବଟଲର ତାଙ୍କ ଜଲଓ୍ୱା ଦେଖାଉଥିବାବେଳେ ବୋଲିଂରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି ୟୁଜିବେନ୍ଦ୍ର ଚହଲ । ଚଳିତ ସିଜିନରେ ବଟଲର ୬ ମ୍ୟାଚରେ ୩୭୫ ରନ କରି ଅରେଞ୍ଜ କ୍ୟାପ ହୋଲ୍ଡର ହୋଇଥିବାବେଳେ ୬ ମ୍ୟାଚରେ ୧୭ ଓ୍ୱିକେଟ ହାସଲ କରି ପର୍ପଲ କ୍ୟାପ ହାତେଇଛନ୍ତି ୟୁଜିବେନ୍ଦ୍ର ଚହଲ । ତେବେ ରାଜସ୍ଥାନ ଚଳିତ ସିଜିନରେ ୬ ମ୍ୟାଚ ଖେଳି ୪ଟିରେ ବିଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ତେଣୁ ଆଜିର ମ୍ୟାଚରେ ବିଜୟ ଲାଭ କରି ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନକୁ ଯିବା ପାଇଁ ଚେଷ୍ଟା କରିବ ରାଜସ୍ଥାନ ରୟାଲ୍ସ ।

ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ କଥା ଯଦି କହିବା ତାହାଲେ ଚଳିତ ସିଜିନରେ ଭଲ ପ୍ରଦର୍ଶନ କରିଛି ଦିଲ୍ଲୀ । ଦିଲ୍ଲୀ ଏପର୍ଯ୍ୟନ୍ତ ୬ଟି ମ୍ୟାଚ ଖେଳି ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି । ଦିଲ୍ଲୀ ଦଳକୁ ଡେଭିଡ ଓ୍ୱାର୍ଣ୍ଣର ଦଳ ଅଧିକ ସଦୃଢ଼ ରହିଛି । ସେହପରି ବୋଲିଂରେ କୁଲଦୀପ ଯାଦବଙ୍କ ଯାଦ ଆଗରେ ହାର ମାନୁଛନ୍ତି ବିରୋଧି ବ୍ୟାଟ୍ସମ୍ୟାନ । ତେଣୁ ଆଜିର ମ୍ୟାଚରେ ଦିଲ୍ଲୀ ବିଜୟ ଲାଭ କରି ପଏଣ୍ଟ ଟେବୁଲର ଉପରକୁ ଉଠିବାକୁ ପାଇଁ ଚେଷ୍ଟା କରିବ । ଆଇପିଏଲ ଇତିହାସରେ ଉଭୟ ଦଳ ୨୪ ଥର ମୁହାଁମୁହିଁ ହୋଇଛନ୍ତି । ସେଥିମଧ୍ୟରୁ ୧୨ଟି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିଜୟ ଲାଭ କରିଥିବାବେଳେ ୧୨ଟି ମ୍ୟାଚରେ ବିଜୟ ଲାଭ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ତେଣୁ ଆଜିର ମ୍ୟାଚ ଜିତିବାକୁ ଉଭୟ ଦଳ ପଡ଼ିବକୁ ଓହ୍ଲାଇବେ ।

Leave a Reply

Your email address will not be published. Required fields are marked *