୧୩ ଦିନ ବନ୍ଦ ରହିବ ବ୍ୟାଙ୍କ

(ଦ କୁଇଭର ବ୍ୟୁରୋ ): ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ ଏନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ମେ’ ୨୦୨୨ର ଛୁଟି ତାଲିକା ଜାରି କରିଛି । ଯଦି ଆପଣଙ୍କର ମେ’ ମାସରେ କିଛି ବ୍ୟାଙ୍କ କାମ ଅଛି ତେବେ ସେଥିପାଇଁ ଏବେଠୁ ପ୍ଲାନିଂ କରନ୍ତୁ । କାରଣ ଯେମିତି ଆପଣଙ୍କୁ କିଛି ସମସ୍ୟା ହେବନାହିଁ । ଅନ୍ୟପକ୍ଷରେ, ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବାଗୁଡିକ ସାଧାରଣ ଭାବରେ କାର୍ଯ୍ୟ ଜାରି ରଖିବ |

ଆରବିଆଇ କ୍ୟାଲେଣ୍ଡର ଅନୁସାରେ ମେ’ ମାସ ଆରମ୍ଭରେ ଲଗାତର ୪ଦିନ ବ୍ୟାଙ୍କ ଛୁଟି ରହିବ । ଏହି ଛୁଟି ରାଜ୍ୟ ଏବଂ ସେଠାକାର ପର୍ବପର୍ବାଣୀ ହିସାହରେ ଭିନ୍ନ ଭିନ୍ନ ହୋଇପାରେ । ବ୍ୟାଙ୍କର ଛୁଟି ତାଲିକା ଆରବିଆଇ ତରଫରୁ ୪ଟି ଆଧାରରେ ଜାରି କରାଯାଇଥାଏ । ଏହି ତାଲିକା ଦେଶବ୍ୟାପୀ ପାଳନ ହେଉଥିବା ପର୍ବପର୍ବାଣୀ ଏବଂ ରାଜ୍ୟ ହିସାବରେ ହୋଇଥାଏ । ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କୁ ଅନୁରୋଧ କରାଯାଉଛି ଯେ, ମେ’ ମାସରେ ବ୍ୟାଙ୍କ ଯିବା ପୂର୍ବରୁ ସବୁ ଛୁଟି ଗୁଡିକୁ ଧ୍ୟାନରେ ରଖିବା ଉଚିତ ।


ମେ’ ମାସରେ ବ୍ୟାଙ୍କ ଛୁଟିର ତାଲିକା :
୧ ମେ’ ୨୦୨୨ – ଶ୍ରମ ଦିବସ / ମହାରାଷ୍ଟ୍ର ଦିବସ । ସାରା ଦେଶରେ ବ୍ୟାଙ୍କ ବନ୍ଦ । ଏହି ଦିନ ରବିବାର ପାଇଁ ମଧ୍ୟ ଛୁଟି ରହିବ ।
୨ ମେ’ ୨୦୨୨ – ମହର୍ଷି ପର୍ଶୁରାମ ଜୟନ୍ତୀ । ଅନେକ ରାଜ୍ୟରେ ଛୁଟି ।
୩ ମେ’ ୨୦୨୨ – ଇଦ୍-ଉଲ୍-ଫିତର, ବସଓ୍ବା ଜୟନ୍ତୀ (କର୍ଣ୍ଣାଟକ) ।
୪ ମେ’ ୨୦୨୨ – ଇଦ୍-ଉଲ୍-ଫିତର (ତେଲେଙ୍ଗାନା) ।
୯ ମେ’ ୨୦୨୨ – ଗୁରୁ ରବୀନ୍ଦ୍ରନାଥ ଜୟନ୍ତୀ (ପଶ୍ଚିମବଙ୍ଗ ଏବଂ ତ୍ରିପୁରା) ।
୧୪ ମେ’ ୨୦୨୨ – ଦ୍ବିତୀୟ ଶନିବାର ବ୍ୟାଙ୍କ ଛୁଟି ।
୧୬ ମେ’ ୨୦୨୨ – ବୁଧ ପୂର୍ଣ୍ଣିମା ।
୨୪ ମେ’ ୨୦୨୨ – କାଜୀ ନଜାରୁଲ ଇସମାଲ ଜନ୍ମଦିନ (ସିକ୍କିମ) ।
୨୮ ମେ’ ୨୦୨୨ – ଚତୁର୍ଥ ଶନିବାର ବ୍ୟାଙ୍କ ଛୁଟି ।

ମେ’ ମାସରେ ସପ୍ତାହାନ୍ତ ବ୍ୟାଙ୍କ ଛୁଟିଦିନ ତାଲିକା :
୧ ମେ’ ୨୦୨୨- ରବିବାର ।
୮ ମେ’ ୨୦୨୨ – ରବିବାର ।
୧୫ ମେ’ ୨୦୨୨ – ରବିବାର ।
୨୨ ମେ’ ୨୦୨୨ – ରବିବାର ।
୨୯ ମେ’ ୨୦୨୨ – ରବିବାର ।

Leave a Reply

Your email address will not be published. Required fields are marked *