Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଏପ୍ରିଲ୍ ୨୪ ପରେ ରାଜ୍ୟରେ ବଢ଼ିବ ତାତି

ଭୁବନେଶ୍ୱର (ଦ କୁଇଭର): ଏପ୍ରିଲ୍ ୨୪ ତାରିଖ ପରେ ରାଜ୍ୟରେ ବଢ଼ିବ ତାତି । ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ତାତି ୪୩ ଡିଗ୍ରୀରୁ ୪୬ ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ରହିବାର ସମ୍ଭାବନା ଥିବା ବେଳେ ଉପକୂଳ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ୍ ଉପରେ ରହିବାର ଆଶଙ୍କା କରାଯାଉଛି । ମୁଖ୍ୟତଃ ଉତର-ପଶ୍ଚିମ ଭାରତ ଏବଂ ତେଲେଙ୍ଗାନା ଭଳି ରାଜ୍ୟ ଆଡୁ ଉତପ୍ତ ପବନ ପ୍ରବାହିତ ହେବା ତଥା ସମୁଦ୍ର ଆଡୁ ବାୟୁ ପ୍ରବାହ ବନ୍ଦ ରହିବା କାରଣରୁ ଏଭଳି ତାପମାତ୍ରା ବୃଦ୍ଧି ପାଇବ । ଏଭଳି ପରିସ୍ଥିତି ଏକ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ବୋଲି ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ଛଡା ଆନ୍ଧ୍ର ପ୍ରଦେଶ-ତାମିଲନାଡୁ ଉପକୂଳରେ ରହିଥିବା ଆଂଟି-ସାଇକ୍ଲୋନ୍ ହେତୁ ଆନ୍ଧ୍ରପ୍ରଦେଶ ଆଡୁ ଓଡ଼ିଶାକୁ ଆର୍ଦ୍ର ବାୟୁ ପ୍ରବାହିତ ହେଉଥିବାରୁ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍ସିୟସ୍ କମ୍ ରହିବାର ସମ୍ଭାବନା ଅଛି । ଏହି ଆଣ୍ଟି-ସାଇକ୍ଲୋନ୍ ଓ ଉତର ଓଡ଼ିଶାରେ ଏକ ସାକ୍ଲୋନିକ୍ ସର୍କୁଲେସନ୍ ରହିଥିବାରୁ ଗୁରୁବାର ରାତି ଓ ଶୁକ୍ରବାର ଉପକୂଳ ଓ ପଶ୍ଚିମ ଓଡ଼ିଶାରେ କାଳବୈଶାଖୀ ହୋଇପାରେ । ଏହି ସମୟରେ ତାପମାତ୍ର ୪୦ ଡିଗ୍ରୀ ସେଲ୍ସିୟସ୍ରୁ କମ୍ ରହିଲେ ମଧ୍ୟ ଏପ୍ରିଲ୍ ୨୫ରୁ ଏହା ବୃଦ୍ଧି ପାଇବ ।

Exit mobile version