Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଓଡ଼ିଶାକୁ AAPର ଅବହେଳା

ଭୁବନେଶ୍ୱର (ଦ କୁଇଭର): ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିବା ଭଳି ହେଲାଣି ଆପର ସ୍ଥିତି । ପ୍ରତିଶ୍ରୁତି ଆରମ୍ଭକରୁ କରୁଛି ଓଡ଼ିଶାକୁ ଅବହେଳା । ଓଡ଼ିଶାକୁ ସାବତପୁଅ ଭାବୁଛି ଆମ୍ ଆଦମୀ ପାର୍ଟି । ପଞ୍ଜାବରେ ୩୦୦ ୟୁନିଟ୍ ବିଜୁଳି ଫ୍ରି, ଦିଲ୍ଲୀରେ ୨୦୦ ୟୁନିଟ୍ ବିଜୁଳି ସହ ପାଣି ଫ୍ରି କିନ୍ତୁ ଓଡ଼ିଶାବାସୀଙ୍କୁ ଦେଉଛି ମାତ୍ର ୨୦୦ ୟୁନିଟ୍ ବିଜୁଳି ଫ୍ରିର ପ୍ରତିଶ୍ରୁତି । କାହିଁକି ଓଡ଼ିଶାକୁ ଏତେ ଅବହେଳା? ଓଡ଼ିଆଙ୍କ ପ୍ରତି ଏତେ ପକ୍ଷପାତିତା କାହିଁକି? ମାଗଣା ଦେବାରେ ବି ପକ୍ଷପାତିତା କାହିଁକି? ଓଡ଼ିିଶା ଲୋକଙ୍କ ପ୍ରମୁଖ ସମସ୍ୟ ହେଉଛି ବିଜୁଳି ସମସ୍ୟ । ବିଜୁଳି ପାଇଁ ପ୍ରତିଦିନ ଏଠାରେ ଅନେକ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି ଲୋକ । ଓଡ଼ିଶାରେ ବିଜୁଳିକୁ ନେଇ ସବୁ ଦଳ ଚୁପ୍ ଥିବା ବେଳେ ଏହାକୁ ବିରୋଧ କରୁଛି କେବଳ ଆପ୍ । ବିଜୁଳି ସମସ୍ୟ ସୁଧାରିବା ସହ ମାଗଣା ୨୦୦ ୟୁନିଟ୍ ଫ୍ରି ବିଜୁଳି ଦେବାକୁ ପ୍ରତିଶ୍ରୁତି ଦେଇଛି । ଦିଲ୍ଲୀରେ ଲୋକଙ୍କୁ ଉନ୍ନତମାନର ୨୦୦ ୟୁନିଟ୍ ବିଜୁଳି ଫ୍ରି ସହିତ ପାଣି ସହଜରେ ଯୋଗାଇ ଦେଉଛନ୍ତି କେଜ୍ରିୱାଲ ସରକାର । ସେହିକ୍ରମରେ ପଞ୍ଜାବରେ ମଧ୍ୟ ଲୋକଙ୍କୁ ମାଗଣା ୩୦୦ ୟୁନିଟ୍ ବିଜୁଳି ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଏବଂ ତାକୁ ପୂରଣ ମଧ୍ୟ କଲେ ।

ପଞ୍ଜାବରେ ଯଦି ୩୦୦ ୟୁନିଟ୍ ବିଜୁଳି ଫ୍ରି ମିଳୁଛି, ତେବେ ଓଡ଼ିିଶା ପାଇଁ ୨୦୦ ୟୁନିଟ୍ ପ୍ରତିଶ୍ରୁତି କାହିଁକି? ଓଡ଼ିଶାରେ କାହିଁକି ୩୦୦ ୟୁନିଟ୍ ଫ୍ରି ବିଜୁଳି ଦେବାକୁ ପ୍ରସ୍ତାବ ରଖୁନି ଆପ୍? ଲୋକଙ୍କ ସାଧାରଣ ଅତ୍ୟାବଶ୍ୟକ ଜିନିଷ ଯଥା ପାଣି, ବିଜୁଳି ଓ ଖାଦ୍ୟ ଭଳି ପ୍ରସଙ୍ଗକୁ ମୁଦ୍ଦା କରି ଆଗକୁ ଆଗକୁ ବଢିଚାଲିଛି ଆମ୍ ଆଦମୀ ପାର୍ଟି । ଦିଲ୍ଲୀରେ ସରକାର ଗଠନରେ ପରେ ଏବେ ପଞ୍ଜାବରେ ଆପର ଐତିହାସିକ ବିଜୟ ସହ ସରକାର ଗଠନ କରି ଆପ୍ ତାର ପ୍ରତିଶ୍ରୁତି ପୂରଣ କରିଛି । ଯାହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ । କିନ୍ତୁ ଓଡ଼ିଶାକୁ ଆପର ଏତେ ଅବହେଳା କାହିଁକି? କାହିଁକି ଓଡ଼ିଶା କ୍ଷେତ୍ରରେ ପକ୍ଷପାତିତା ଦେଖାଉଛନ୍ତି କେଜ୍ରିୱାଲ ସରକାର?

ଓଡ଼ିଶାବାସୀଙ୍କ ବିଜୁଳି ସମସ୍ୟା ହେଉଛି ପ୍ରମୁଖ ସମସ୍ୟା । କେତେବେଳେ ବିଜୁଳି ଅଭାବରୁ ଲୋକଙ୍କ ଜୀବନ ଯାଉଛି ତ ଆଉ କେତେବେଳେ ବିଜୁଳି ନ ଥିବା ଯୋଗୁଁ ଅନ୍ଧକାରକୁ ଠେଲି ହୋଇଯାଉଛି ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ପ୍ରତିଦିନ ଏଭଳି ବିଜୁଳି ଜନିତ ଗଦା ଗଦା ସମସ୍ୟା ସାମ୍ନାକୁ ଆସୁଛି । ଏପରିକି ବିଜୁଳି ସମସ୍ୟାକୁ ନେଇ ସରକାରଙ୍କ ପ୍ରତି ଲୋକମାନଙ୍କର ପୁଞ୍ଜୀଭୂତ ଅସନ୍ତୋଷ ଦେଖିବାକୁ ମିଳିଲାଣି । ତେଣୁ ଓଡ଼ିଶାରେ ଆପ୍ ସରକାର ଆସିଲେ ଏହି ସମସ୍ୟା ଦୂର ହେବ ବୋଲି ଲୋକମାନଙ୍କର ଯେଉଁ ଭରଷା ସୃଷ୍ଟି ହେବା କଥା, ପ୍ରତିଶ୍ରୁତି ଅବହେଳା ସେଥିରେ ବାଧକ ସାଜିଛି ।

Exit mobile version