ଭୁବନେଶ୍ୱର (ଦ କୁଇଭର): ରାଜଧାନୀରେ ମୁଣ୍ଡଫଟା ଖରା । ଆଜି ତାତିର ରେକଡ ଭାଙ୍ଗିଛି ରାଜଧାନୀ ଭୁବନେଶ୍ୱର । ୪୦ ଡିଗ୍ରୀ ସହ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ରାଜଧାନୀ । ଏକ ସପ୍ତାହ ମଧ୍ୟରେ ବଲାଙ୍ଗୀର,ଅନୁଗୁଳ ଆଦି ସ୍ଥାନରେ ସର୍ବାଧିକ ତାପମାତ୍ରା ଅନୁଭବ ହେଉଥିବା ବେଳେ ଆଜି ଖରା ତାତିରେ ରେକର୍ଡ ଭାଙ୍ଗିଛି ରାଜଧାନୀ ଭୁବନେଶ୍ୱର।

ରାଜଧାନୀ ଭୁବନେଶ୍ୱର ରେ ଆଜି ସକାଳ ୧୧.୩୦ ସୁଦ୍ଧା ଓଡିଶାର ରାଜଧାନୀ ୪୦ ଡିଗ୍ରୀ ସେଲସିୟସରେ ଛୁଇଁଥିବା ବେଳେ ଦିନ ୨.୩୦ ସୁଦ୍ଧା ୪୧.୨ ଡ଼ିଗ୍ରୀ ଦିନ ତାପମାତ୍ରା ରେକଡ୍ କରିଛି ବୋଲି ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଆଜି ସମ୍ବଲପୁର ୪୦.୨ଂ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲି ୪୦ ଡ଼ିଗ୍ରୀ , ଝାରସୁଗୁଡା ୩୯.୫, ହୀରାକୁଦ ୩୮.୮, କେନ୍ଦୁଝର: ୩୮.୬, ବାଲେଶ୍ୱର ୩୭.୪, ପୁରୀ: ୩୨, ପାରାଦ୍ୱୀପ: ୩୨,ଗୋପାଳପୁର: ୨୯.୮ଡ଼ିଗ୍ରୀ ରେକର୍ଡ କରାଯାଇଛି ।

ଏହା ସହିତ ଆଭ୍ୟନ୍ତରୀଣ ଓଡ଼ିଶାରେ ଆଗାମୀ ୩ ଦିନରେ ତାପମାତ୍ରା ତାପମାତ୍ରା ୩ ରୁ ୫ ଡ଼ିଗ୍ରୀ ଯାଏଁ ବୃଦ୍ଧି ପାଇବ ବୋଲି ଶନିବାର ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *