ଟିଭି ଚ୍ୟାନେଲ ପ୍ରତି କଠୋର ହେଲେ ସରକାର: ଜାରିକଲେ ନୂଆ ନିର୍ଦ୍ଦେଶନାମା

ନୂଆଦିଲ୍ଲୀ (ଦ କୁଇଭର): ଟିଭି ଚ୍ୟାନେଲଗୁଡିକ ବିରୋଦ୍ଧରେ କଠୋର ହେଲେ କେନ୍ଦ୍ର ସରକାର । ସୂଚନା ଓ ପ୍ରସାରଣ ମନ୍ତ୍ରାଣାଳୟ ଶନିବାର ଦିନ ଟିଭି ଚ୍ୟାନେଲଗୁଡିକ ପାଇଁ କଡା ଗାଇଡ ଲାଇନ ଜାରି କରିଛନ୍ତି । ଏଥିରେ ଚ୍ୟାନେଲ ମାନଙ୍କୁ କୌଣସି ଉତ୍ତେଜନା ମୂଳକ ବିଷୟବସ୍ତୁକୁ ପ୍ରଚାର ପ୍ରସାର ନ କରିବାକୁ ସରକାର ପରାମର୍ଶ ଦେଇଛନ୍ତି । ଏଥି ସହିତ ଋଷ-ୟୁକ୍ରେନ୍ ଯୁଦ୍ଧ, ଉତ୍ତର-ପଶ୍ଚିମ ଦିଲ୍ଲୀରେ ଘଟିଥିବା ଘଟଣାଗୁଡିକର କଭରେଜ ଏବଂ ବିତର୍କର ଭାଷା ଉପରେ ମନ୍ତ୍ରଣାଳୟ ଆପତ୍ତି କରିଛି ।

ବିଶେଷ କଥା ହେଉଛି ୧୬ ଏପ୍ରିଲରେ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ହିଂସା ହୋଇଥିଲା। ଏହାର ଏକ ସପ୍ତାହ ପରେ ସରକାର ଏହି ନୋଟ୍ ଜାରି କରିଛନ୍ତି । ମିଡିଆ ଚ୍ୟାନେଲ ଗୁଡିକୁ କେନ୍ଦ୍ର ସରକାର ସତର୍କ କରାଇଛନ୍ତି । ୟୁକ୍ରେନ-ରୁଷ ଯୁଦ୍ଧ ଉପରେ ରିପୋର୍ଟିଂ ସମୟରେ ଉପସ୍ଥାପକଙ୍କ ଖବର ପରିବେଷଣ ଶୈଳୀ ଏବଂ ସମ୍ବେଦନଶୀଳ ଟ୍ୟାଗଲାଇନ ପ୍ରସାରଣ ତଥା ସତ୍ୟତା ଯାଞ୍ଚ ନକରି ସିସିଟିଭି ଫୁଟେଜ ପ୍ରସାରଣ କରିବା ପରି ଘଟଣାକୁ ସରକାର ଉଦାହରଣ ରୂପେ ଦର୍ଶାଇଛନ୍ତି । ଏହାସହ ଏହିପରି ଖବର ପ୍ରସାରଣ କରି ଉତ୍ତର-ପଶ୍ଚିମ ଦିଲ୍ଲୀରେ ହୋଇଥିବା ଘଟଣାର ତଦନ୍ତର ପ୍ରକ୍ରିୟାରେ ବାଧା ସୃଷ୍ଟି କରାଯାଉଥିବା ସରକାର କହିଛନ୍ତି।

ଦେଶର ନ୍ୟୁଜ୍ ଚ୍ୟାନେଲ ଗୁଡିକ ପାଇଁ କଡା ଗାଇଡ ଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ଜାହାଙ୍ଗୀରପୁରୀ ହିଂସା ଏବଂ ଋଷ-ୟୁକ୍ରେନ ଯୁଦ୍ଧ ବିଷୟରେ ରିପୋର୍ଟ କରୁଥିବାବେଳେ ଗଣମାଧ୍ୟମ ଆଇନ ଉଲ୍ଲଂଘନକୁ ନେଇ କେନ୍ଦ୍ର ଶନିବାର ଦିନ ନ୍ୟୁଜ ଚ୍ୟାନେଲଗୁଡ଼ିକୁ ଏକ ଦୃଢ ପରାମର୍ଶ ଜାରି କରି ସେମାନଙ୍କୁ ସଂପୃକ୍ତ ଆଇନ ଅନୁଯାୟୀ ଧାର୍ୟ୍ୟ କରାଯାଇଥିବା କାର୍ୟ୍ୟକ୍ରମକୁ ପ୍ରଚାର ପ୍ରସାର କରିବା ସହ ଉତ୍ତେଜନାମୂଳକ ହେଡଲାଇନ, ନ୍ୟୁଜ ପ୍ରସାର କରିବାକୁ ବାରଣ କରିଛନ୍ତି ।

Leave a Reply

Your email address will not be published. Required fields are marked *