ନମାଜ ପାଠ ବେଳେ ଭୟଙ୍କର ବିସ୍ଫୋରଣ: ୩୩ ମୃତ

(ଦ କୁଇଭର ବ୍ୟୁରୋ): ମସଜିଦରେ ଭୟଙ୍କର ବିସ୍ଫୋରଣ । ୩୩ ମୃତ, ୪୩ ଆହତ । ଏମିତି ଛାତିଥରା ବିସ୍ଫୋରଣ ଘଟିଛି ଆଫଗାନିସ୍ତାନରେ । ଉତ୍ତର ଆଫଗାନିସ୍ତାନରେ ଶୁକ୍ରବାର ପ୍ରାର୍ଥନା ସମୟରେ ଏକ ମସଜିଦରେ ବିସ୍ଫୋରଣରେ ୩୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୩ଜଣ ଆହତ ହୋଇଛନ୍ତି । ତାଲିବାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ ଟ୍ୱିଟ୍ କରି କହିଛନ୍ତି ଯେ ଉତ୍ତର କୁନ୍ଦଜ ପ୍ରଦେଶର ଏକ ମସଜିଦରେ ବିସ୍ଫୋରଣରେ ୩୩ ଜଣଙ୍କ ମଧ୍ୟରେ ଶିଶୁ ଅଛନ୍ତି । ଏଥିସହ ଏହି ଅପରାଧକୁ ନିନ୍ଦା କରିବା ସହ ଶୋକସନ୍ତପ୍ତଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

ଗତ ଦୁଇ ଦିନ ମଧ୍ୟରେ ଆଫଗାନିସ୍ତାନରେ ଏହା ହେଉଛି ତୃତୀୟ ବିସ୍ଫୋରଣ । ଏହାପୂର୍ବରୁ ଗୁରୁବାର ଦିନ ଉତ୍ତର ପ୍ରଦେଶର ମଜାର-ଇ-ସରିଫ ସହରର ଏକ ଶିଆ ମସଜିଦରେ ବିସ୍ଫୋରଣ ପାଇଁ ଆଇଏସଆଇଏସ ଦାୟୀ କରିଛି। ଏହି ବିସ୍ଫୋରଣରେ ଅତି କମ୍ ରେ ୧୨ ଜଣ ପୂଜକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୮ ଜଣ ଆହତ ହୋଇଥିଲେ । ଆଉ ଏକ ହାମଲା କୁନ୍ଦଜ ସହରରେ ହୋଇଥିବା ଆକ୍ରମଣରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଆହତ ହୋଇଥିଲେ ।

Leave a Reply

Your email address will not be published. Required fields are marked *