Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ପାକିସ୍ତାନରେ ଡିଗ୍ରୀ ହାସଲ କଲେ ଭାରତରେ ମିଳିବନି ଚାକିରୀ

(ଦ କୁଇଭର ବ୍ୟୁରୋ): ପାକିସ୍ତାନରୁ ଡିଗ୍ରୀ ହାସଲ କରୁଥିବା ଛାତ୍ରଛାତ୍ରୀଙ୍କୁ ବଡ ଝଟକା । ସେମାନଙ୍କୁ ଭାରତରେ ନା ମିଳିବ ଚାକିରି ନା ମିଳିବ ଆଡମିସନ । UGC ଏବଂ AICTE (ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ) ଶୁକ୍ରବାର ଦିନ ଏକ ଆଡଭାଇଜରୀ ଜାରି କରି ଭାରତୀୟ ଛାତ୍ରମାନଙ୍କୁ ପାକିସ୍ତାନୀରେ ଡିଗ୍ରୀ ହାସଲ ନକରିବାକୁ ଚେତାବନୀ ଦେଇଛନ୍ତି । ତଥାପି ଯଦି ଛାତ୍ରଛାତ୍ରୀମାନେ ଡିଗ୍ରୀ ହାସଲ କରୁଥିବେ ତେବେ ସେମାନଙ୍କୁ ଭାରତରେ ଚାକିରୀ କିମ୍ବା ଉଚ୍ଚଶିକ୍ଷା ପାଇପାରିବେ ନାହିଁ । ଏ ନେଇ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଓ ୟୁଜିସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ସୂଚନାନୁସାରେ ୟୁଜିସି ଓ ଏଆଇସିଟିଇ ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ଛାତ୍ରଛାତ୍ରୀମାନେ ପାକିସ୍ତାନର କୌଣସି କଲେଜ କିମ୍ବା ଶିକ୍ଷାନୁଷ୍ଠାନରେ ଆଡମିଶନ କରନ୍ତୁ ନାହିଁ, ନଚେତ୍ ସେମାନେ ଭାରତରେ ଚାକିରି ସହ ଦେଶରେ ଉଚ୍ଚଶିକ୍ଷା କରିବାକୁ ଯୋଗ୍ୟ ହେବେ ନାହିଁ। ସମସ୍ତ ଭାରତୀୟ ଛାତ୍ରଙ୍କୁ ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ନ ଯିବାକୁ ପରାମର୍ଶ ଦିଆଯାଇଛି । ଯଦି ପାକିସ୍ତାନରେ ହାସଲ କରିଥିବା ଏଭଳି ଶିକ୍ଷାଗତ ଯୋଗ୍ୟତା ଆଧାରରେ ଭାରତରେ କୌଣସି ଚାକିରି ପାଇଁ ଆବେଦନ କରିବେ ବା ଉଚ୍ଚଶିକ୍ଷା କରିବାକୁ ଆବେଦନ କରିବେ ତେବେ ତାଙ୍କୁ ଅନୁମତି ମିଳିବ ନାହିଁ ।

ଏହି ନିଷ୍ପତି କେବଳ ନିଦ୍ଧିଷ୍ଟ ଡିଗ୍ରୀ ଉପରେ ନୁହଁ ବରଂ ଯେ କୈଣସି ଡିଗ୍ରୀ ହାସଲ କରିଥିଲେ ତାହା ଭାରତରେ ଆଉ କାମ ଦେବନି ବୋଲି ସିଧା ସିଧା ମନା କରିଦେଇଛନ୍ତି ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଓ ୟୁଜିସି । ବିଜ୍ଞପ୍ତି ଅନୁଯାୟୀ “ସମସ୍ତ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ନ ଯିବାକୁ ପରାମର୍ଶ ଦିଆଯାଇଛି”।

ତେବେ ପାକିସ୍ତାନରୁ ଭାରତକୁ ଆସୁଥିବା ଶରଣାର୍ଥୀ ଏବଂ ସେମାନଙ୍କ ପିଲାମାନେ ଭାରତୀୟ ନାଗରିକତ୍ୱ ପାଇବାକୁ ଏହି ପ୍ରତିବନ୍ଧକରୁ ବଞ୍ଚିତ ହେବେ। ପାକିସ୍ତାନରୁ ଭାରତକୁ ଆସୁଥିବା ଶରଣାର୍ଥୀ ଏବଂ ଭାରତୀୟ ନାଗରିକତ୍ୱ ଥିବା ସେମାନଙ୍କ ପିଲାମାନଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ରୁ ସୁରକ୍ଷା ମଞ୍ଜୁର ମିଳିଲେ ସେମାନଙ୍କୁ ନିଯୁକ୍ତି ସୁଯୋଗ ଦିଆଯିବ। ପରାମର୍ଶଦାତାମାନଙ୍କରେ ଭାରତୀୟ ଛାତ୍ରମାନଙ୍କୁ ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ନ ଯିବାକୁ ସ୍ପଷ୍ଟ ଭାବେ ପରାମର୍ଶ ଦିଆଯାଇଛି।

ଏହା ପୂର୍ବରୁ ଉଭୟ ସଂସ୍ଥା ମିଳିତ ଆଡଭାଇଜରୀ ଜାରି କରି କହିଥିଲେ ଚୀନ୍ର କୌଣସି ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ନିମନ୍ତେ ନ ଯିବା ଲାଗି ପରାମର୍ଶ ଦେଇଥିଲେ। ଏହି ଆଡଭାଇଜରୀ ଜାରିହେବା ପରେ ଏବେ ପୁଣି ପାକିସ୍ତାନ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ ।

Exit mobile version