ଇସ୍ତଫା ଦେଲେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର, ନୂଆ ଉପାଧ୍ୟକ୍ଷ ହେବେ ସୁମନ ବେରି

ନୂଆଦିଲ୍ଲୀ (ଦ କୁଇଭର): ଇସ୍ତଫା ଦେଲେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ଅଚାନକ ଭାବରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ରାଜୀବ କୁମାର । ରାଜୀବଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି ସରକାର । ୨୦୧୭ ମସିହାରେ ନୀତି ଆୟୋଗ ଉପାଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ରାଜୀବ କୁମାର । ଅରବିନ୍ଦ ପାନଗାରିୟାଙ୍କ ସ୍ଥାନରେ ସେ ନିଯୁକ୍ତି ପାଇଥିଲେ । ଅଚଳ ସମ୍ପତ୍ତିକୁ କାର୍ଯ୍ୟକ୍ଷମ କରିବା, ପୁଞ୍ଜି ପ୍ରତ୍ୟାହାର ଆଦି ପ୍ରସଙ୍ଗରେ ସେ ନେଇଥିଲେ ଗୁରୁତ୍ବପୂର୍ଣ୍ଣ ଭୂମିକା । ରାଜୀବ କୁମାରଙ୍କ ସ୍ଥାନରେ ବରିଷ୍ଠ ଅର୍ଥନୀତିଜ୍ଞ ସୁମନ ବେରିଙ୍କୁ ନୀତି ଆୟୋଗର ନୂଆ ଉପାଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଛି ।

ନ୍ୟାସନାଲ କାଉନସିଲ୍ ଫର ଆପ୍ଲାଏଡ ଇକୋନମିକ୍ ରିସର୍ଚ୍ଚର ମହାନିର୍ଦ୍ଦେଶକ ଭାବରେ ୨୦୦୧ରୁ ୨୦୧୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ସୁମନ । ସେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ, ପରିସଂଖ୍ୟାନ ଆୟୋଗ ଏବଂ ମୁଦ୍ରାନୀତି ସମ୍ପର୍କିତ ଭାରତୀୟ ରିଜର୍ଭ ବ୍ୟାଙ୍କର ବୈଷୟିକ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *