ମାନ୍ ସରକାର ଛଡାଇ ନେବେ VIP ସୁରକ୍ଷା

ଚଣ୍ଡିଗଡ (ଦ କୁଇଭର): ଗାଦି ସମ୍ଭାଳିବା ପରଠୁ ଆକ୍ସନମୁଡରେ ଅଛନ୍ତି ମାନ୍ ସରକାର । ପଞ୍ଜାବରେ ଆମ୍ ଆଦମୀ ପାର୍ଟି ସରକାର ଗଠନ ହେବା ପରେ ସିଏମ୍ ଭଗବନ୍ତ ମାନ୍ ଗୋଟିଏ ପରେ ଗୋଟିଏ ବଡ ପଦକ୍ଷେପ ନେଉଛନ୍ତି। ଏବେ ପୁଣି ଏକ ବଡ ନିଷ୍ପତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ରାଜ୍ୟର ୧୮୪ଜଣଙ୍କ ଭିଆଇପି ସୁରକ୍ଷା ପ୍ରତ୍ୟାହାର କରି ନେଇଛନ୍ତି । ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ମନ୍ତ୍ରୀଙ୍କ ସମେତ ଅନେକ ବିଧାୟକ ଅଛନ୍ତି, ଯେଉଁମାନେ ପଞ୍ଜାବ ସରକାରଙ୍କ ଦ୍ୱାରା ବ୍ୟକ୍ତିଗତ ସୁରକ୍ଷା ପାଇଥିଲେ। ଏହି ନେତାଙ୍କ ସହ ୨୦୦ରୁ ଅଧିକ ପୋଲିସ୍ ନିୟୋଜିତ ହୋଇଥିଲେ।

ରାଜ୍ୟରେ ‘VIP’ ସରକାର ଗଠନ ପରେ ସୁରକ୍ଷା କର୍ମୀଙ୍କୁ ପ୍ରତ୍ୟାହାର କରିବା ପାଇଁ ଏହା ଦ୍ୱିତୀୟ ଥର ପାଇଁ ଏହି ନିର୍ଦ୍ଦେଶ ଜାରି କରିଛନ୍ତି ମାନ୍ ସରକାର । ଏହା ପୂର୍ବରୁ ମାର୍ଚ୍ଚ ୧୨ ରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନ୍ ୧୨୨ ସାଂସଦ ଏବଂ ବିଧାୟକଙ୍କ ଭିଆଇପି ସୁରକ୍ଷା ହଟାଇ ଦେଇଥିଲେ ।

ଏଥିସହିତ ପଞ୍ଜାବ ସରକାର ପୁଷ୍ପଗୁଚ୍ଛ ଏବଂ ପ୍ଲାଷ୍ଟିକ ବୋତଲ ବ୍ୟବହାର ବନ୍ଦ କରି ଦେଇଛନ୍ତି। ସରକାରୀ କାର୍ୟ୍ୟକ୍ରମରେ ପୁଷ୍ପଗୁଚ୍ଛ ଏବଂ ପ୍ଲାଷ୍ଟିକ ବୋତଲ ବ୍ୟବହାର ବନ୍ଦ କରିବାକୁ ପଞ୍ଜାବ ସରକାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଜାବର ଯୁବକମାନଙ୍କ ପାଇଁ ସିଏମ ଭଗବନ୍ତ ମାନ୍ ସରକାରୀ ବିଭାଗରେ ନିଯୁକ୍ତି ନେଇଛନ୍ତି । ପଞ୍ଜାବ ଷ୍ଟେଟ ପାୱାର କର୍ପୋରେସନ ଲିମିଟେଡ ଆସିଷ୍ଟାଣ୍ଟ ଲିନମ୍ୟାନ ପଦବୀ ପାଇଁ ୧୬୯୦ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।

Leave a Reply

Your email address will not be published. Required fields are marked *