Truecaller ୟୁଜର୍ସଙ୍କୁ ବଡ ଝଟ୍‌କା: ଆପ୍ ରୁ ହଟିଲା ଏହି ଫିଚର

(ଦ କୁଇଭର ବ୍ୟୁରୋ): ଲୋକପ୍ରିୟ କଲର୍ ଆଇଣ୍ଡେଣ୍ଟିଫିକେଶନ ଆପ୍ ଟ୍ରୁକଲର୍ (truecaller) ନିକଟରେ ଏକ ବଡ ଘୋଷଣା କରିଛି । ସବୁଠୁ ଲୋକପ୍ରିୟ ଫିଚରକୁ ବନ୍ଦ କରିବାକୁ ଘୋଷଣା କରିଛି ଟ୍ରୁକଲର । ଟ୍ରୁକଲର କହିଛି ଯେ ଲୋକମାନେ ଏବେ ଆଉ ଟ୍ରୁକଲର ମାଧ୍ୟମରେ ଭଏସ୍ କଲକୁ ରେକଟ କରିବାର ସୁବିଧା ପାଇପାରିବେ ନାହିଁ । ମେ ୧୧ ରୁ ୟୁଜର୍ସ ଆପ୍ରୁ ଭଏସ୍ କଲକୁ ରେକର୍ଡିଂ କରିପାରିବେ ନାହିଁ ।

ଏପର୍ୟ୍ୟନ୍ତ କଲ୍ ରେକର୍ଡିଂ ଫିଚର ସମସ୍ତଙ୍କ ପାଇଁ ମାଗଣା ଥିଲା । ମାତ୍ର ଏବେ ଏହି ଫିଚରକୁ ଆପ୍ରୁ ସମ୍ପୂର୍ଣ୍ଣ ଭାବେ ହଟାଇଦିଆଯିବ । ସର୍ଚ୍ଚ ଜଗତର ରାଜା ଗୁଗଲର ନୂଆ ପ୍ଲେଷ୍ଟୋର ପଲିସି ଅନୁଯାୟୀ ଟ୍ରୁକଲର୍ ଏଭଳି ପଦକ୍ଷେପ ନେଇଛି । ଏହି ପଲିସି ଅନୁସାରେ ରିମୋଟ୍ କଲ୍ ଅଡିଓ ରେକର୍ଡିଂ ପାଇଁ ଆକ୍ସେସିବିଲିଟି ଇଚଓକୁ ଅନୁରୋଧ କରାଯାଇପାରିବ ନାହିଁ । ଅର୍ଥାତ୍ ଆପ୍ କୁ କଲ୍ ରେକର୍ଡିଂ ପାଇଁ ଅନୁମତି ମିଳିବ ନାହିଁ ।

ଟ୍ରୁକଲର୍ ଏବଂ ଅନ୍ୟାନ୍ୟ ଆପ୍ ରୁ ଏହି ଫିଚର ହଟାଇବା ପରେ କଲ୍ ରେକର୍ଡ କରିବା ସମ୍ଭବପର ହେବ । ଯଦି ଆପଣ ଏମିତି ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି ଯାହାର କଲ୍ ରେକର୍ଡ କରିବା ପାଇଁ ପୂର୍ବରୁ ଫିଚର ଅଛି ତେବେ ଆପଣ ଏହି ନୂଆ ପଲିସି ଲାଗୁହେବା ପରେ ଏହି ଫିଚର ବ୍ୟବହାର କରିପାରିବେ । ଏହା କେବଳ ଥାର୍ଡ ପାର୍ଟି ଆପ୍ ପାଇଁ ପ୍ରଜୁଯ୍ୟ ।

Leave a Reply

Your email address will not be published. Required fields are marked *