ଗଛ ହାଣିଲେ ବାହାରୁଛି ପାଣି: ଭାଇରାଲ ହେଉଛି ଏହି ଭିଡିଓ….

(ଦ କୁଇଭର ବ୍ୟୁରୋ): ଗଛ ହାଣିଲେ ବାହାରୁଛି ପାଣି । ଏଭଳି ଏକ ଗଛ ଯାହା କେବଳ ଅମ୍ଲଜାନ ନୁହଁ ବଂର ଜଳ ମଧ୍ୟ ଦେଇଥାଏ । କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ କଥା ଟି ସତ । ଗଛ ଆମକୁ ଫଳ ଫୁଲ ଖାଦ୍ୟ ଏବଂ ପନିପରିବା ଯୋଗାଇ ଥାଏ କିନ୍ତୁ କେବେ ବିଶୁଦ୍ଧ ପାନୀୟ ଜଳ ଦେବାର କେବେ ଶୁଣି ନଥିବେ ଆପଣ । ଏଭଳି ଏକ ନିଆରା ପ୍ରାକୃତିକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓ ଟି ଏବେ ଏତେ ଭାଇରାଲ ହେଉଛି ଯେ ଗୋଟିଏ ମୋବାଇଲରୁ ଅନ୍ୟ ଏକ ମୋବାଇଲକୁ ଘୁରି ବୁଲୁଛି ।

ଆଶ୍ଚର୍ଯ୍ୟ କରିଦେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ କୁଢାଡିରେ ଜଣେ ବ୍ୟକ୍ତି ଗଛ ଆଘାତ କରୁଛନ୍ତି । ଏବଂ ସେଥିରୁ ଛାଲ ଉଠିଯିବା ମାତ୍ରେ ଗଛରୁ ଖୁବ ଯୋରରେ ବାହାରୁଛି ପାଣି । ଆଉ କିଛି ଲୋକ ତ ମୁହଁ ଲଗାଇ ଢକ ଢକ କରି ପିଉଛନ୍ତି । ଯାହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି । ଏହା ଯେଉଁଠି ଅଛି ସେଠାକାର ଲୋକେ ଜଳ ଗଛବୋଲି କୁହନ୍ତି । ଏହି ଗଛରୁ ବାହାରୁଥିବା ଜଳ ବିଶୁଦ୍ଧ ଏବଂ ପାନୀୟ ଯୋଗ୍ୟ ମଧ୍ୟ କୁହାଯାଉଛି । ୩୦ ମିଟର ଉଚ୍ଚତା ବିଶିଷ୍ଟ ଏହି ଗଛ ଗୁଡିକ ପ୍ରାୟତଃ ଭାରତର ଶୁଖିଲା ଏବଂ ଆଦ୍ର ଜଙ୍ଗଲରେ ଦେଖାଯାଏ ।

ଯଦି ଆପଣଙ୍କ କେବେ ଗୋଟିଏ ଗଛରୁ ଜଳ ସ୍ରୋତ ବାହରୁଥିବର ଦୃଶ୍ୟ ଦେଖନ୍ତି ତେବେ ଆପଣ ଜାଣିବେ ଯେ ଏହି ଗଛଟି ନିଶ୍ଚିତ ଟର୍ମିନାଲିଆ ଟୋମେଣ୍ଟାସ । ଏହି ଗଛ କ୍ରୋକେଡାଇଲ ବାର୍ରକ ନାମରେ ମଧ୍ୟ ଜଣାଶୁଣା । ଯଦି ଆପଣଙ୍କ ତଣ୍ଟି ଶୁଖିଯାଉଛି ଏବଂ ଅପଣଙ୍କ ପାଖରେ ଏହି ଗଛ ଅଛି ତେବେ ଆପଣ ନିଶ୍ଚୟ ଭାଗ୍ୟବାନ ବୋଲି ମନେ କରିବେ । ଯଦିଓ ଅଧିକାଂଶ ଲୋକ ଏହି ଗଛ ବିଷୟରେ ଜାଣି ନାହାଁନ୍ତି ତେଣୁ ସେମାନେ ଏହି ଗଛର ଭିଡିଓ ଦେଖି ଅଶ୍ଚର୍ଯ୍ୟ ହୋଇପଡୁଛନ୍ତି । ବୌଦ୍ଧ ସଂପ୍ରଦାୟର ଲୋକମାନେ ଏହାକୁ ବୌଦ୍ଧି ବୃକ୍ଷ ମଧ୍ୟ କହିଥାନ୍ତି ।

Leave a Reply

Your email address will not be published. Required fields are marked *