ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ପରଲୋକ

(ଦ କୁଇଭର ବ୍ୟୁରୋ ): ବର୍ଷିଆନ ଲେଖିକା ତଥା ପାଟଦେଈ ଓ କସ୍ତୁରୀ ମୃଗର ସ୍ରଷ୍ଟା ବୀଣାପାଣି ମହାନ୍ତିଙ୍କର ଆଜି ୮୫ ବର୍ଷ ବୟସରେ ପରଲୋକ ଘଟିଛି। ୧୯୩୬ ମସିହା ନଭେମ୍ବର ୧୧ରେ ଜନ୍ମ ଗ୍ରହଣ କରିଥିବା ବୀଣାପାଣିଙ୍କ ପରିବାର କେନ୍ଦ୍ରାପଡା ଜିଲ୍ଲା ଚାନ୍ଦୋଳ ଗ୍ରାମର ଅଟନ୍ତି। ତାଙ୍କ ପିତା ଚତୁର୍ଭୁଜ ମହାନ୍ତି ଜଣେ ସରକାରୀ କର୍ମଚାରୀ ଥିଲେ। ମା’ କୁମୁଦିନି ମହାନ୍ତିଙ୍କଠାରୁ ସେ ପ୍ରେରଣା ପାଇଥିଲେ। ସେ ୧୯୫୩ ମସିହାରେ ମାଟ୍ରିକ୍ ସମାପ୍ତ କରିଥିଲେ ଏବଂ ପରେ ଅର୍ଥନୀତି ଅଧ୍ୟୟନ କରିଥିଲେ।

୧୯୫୭ରେ ବୀଣାପାଣି ସ୍ନାତକ ଡିଗ୍ରୀ ହାସଲ ୧୯୫୯ରେ କଟକ ରେଭେନ୍ସା କଲେଜରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ପରେ ସେ ଅଧ୍ୟାପକ ଭାବରେ କାର‌୍ୟ୍ୟ କରିଥିଲେ। ୧୯୯୨ ମସିହାରେ ସେ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ଅବସର ନେଇଥିଲେ । ତାଙ୍କୁ ପାଟଦେଈ ବୋଲି ମଧ୍ୟ ସମ୍ବୋଧନ କରାଯାଏ । ଏହାଛଡ଼ା ତାଙ୍କୁ ଅନେକ ସମ୍ମାନରେ ସମ୍ମାନିତ କରାଯାଇଛି । ଓଡ଼ିଶା ତଥା ସାରା ଭାରତରେ ତାଙ୍କ ଲେଖାର ପ୍ରଶଂସକ ରହିଛନ୍ତି ।

ସୁଲେଖିକା କେନ୍ଦ୍ର ସାହିତ୍ୟ ଏକାଡମୀ ପୁରସ୍କାର ପ୍ରାପ୍ତ ବୀଣାପାଣି ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୀଣାପାଣି ମହାନ୍ତିଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଶୋକବର୍ତ୍ତାରେ ମୁଖ୍ୟମନ୍ତ୍ରୀ ବୀଣାପାଣି ମହାନ୍ତିଙ୍କ ସ୍ମୃତି ଚାରଣ କରିଛନ୍ତି ।

Leave a Reply

Your email address will not be published. Required fields are marked *