Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

ପୁରୀ (ଦ କୁଇଭର): ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଆଜି ଅପରାହ୍ନ ୪ ଟାରୁ ରାତ୍ର ୮ଟା ପର୍ୟ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପଇତାଲାଗି ନୀତି ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ସରିବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ମଧ୍ୟାହ୍ନ ଧୂପ ସରିବା ପରେ ଦଇତାପତି ସେବକମାନେ ଏହି ନୀତି ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ। ଏହି ନୀତି ସମ୍ପନ୍ନ ପରେ ଠାକୁରମାନଙ୍କର ମହାସ୍ନାନ କରାଯିବ । ଆଗକୁ ଚନ୍ଦନ ଯାତ୍ରା ଥିବାରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଚନ୍ଦନ ଲାଗି କରାଯିବ। ଏଣୁ ଏହା ପୂର୍ବରୁ ପଇତା ଲାଗି କରାଯିବାର ପରମ୍ପରା ରହିଛି। ବର୍ଷକୁ ଦୁଇଥର ମହାପ୍ରଭୁଙ୍କ ପଇତା ଲାଗି ହେଉଥିବା ବେଳେ ଗୋଟିଏ ଓଢଣ ଷଷ୍ଠୀ ପୂର୍ବରୁ ଓ ଅନ୍ୟଟି ଚନ୍ଦନ ଯାତ୍ରା ପୂର୍ବରୁ ହେବାର ପରମ୍ପରା ରହିଛି। ଏହି ପରମ୍ପରାକୁ ଦୃଷ୍ଟିରେ ରଖି ଆଜି ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରଖିବା ପାଇଁ ନିଷ୍ପତି ହୋଇଛି ।

Exit mobile version