Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଧାର୍ମିକସ୍ଥଳରୁ ହଟିବ ବେଆଇନ ଲାଉଡ୍ ସ୍ପିକର୍: ଯୋଗୀ

ଲକ୍ଷ୍ନୌ (ଦ କୁଇଭର): ଲାଉଡସ୍ପିକରକୁ ନେଇ ଚାଲିଛି ବିବାଦ । ଦେଶର କିଛି ସ୍ଥାନରେ ଲାଉଡ ସ୍ପିକର ବିବାଦକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଉତ୍ତରପ୍ରଦେଶର ଯୋଗୀ ସରକାର କଡା ନିର୍ଦ୍ଦେଶ ଦେଇଛନ୍ତି । ମନ୍ଦିର ହେଉ ବା ମସଜିତ ସମସ୍ତ ଧାର୍ମିକସ୍ଥଳରୁ ତୁରନ୍ତ ସ୍ପିକର ହଟାଇବା ପାଇଁ ସରକାର ଘୋଷଣା କରିଛନ୍ତି ।

ଶବ୍ଦ ସୀମା ନିୟମ ଉଲ୍ଲଂଘନ କରୁଥିବା ଲାଉଡ୍ ସ୍ପିକରଗୁଡିକୁ ହଟାଇ ସହ ସମସ୍ତ ସ୍ଥାନର ତାଲିକା ପ୍ରସ୍ତୁତ କରି ୩୦ ଅପ୍ରେଲ ସୁଦ୍ଧା ଗୃହ ବିଭାଗକୁ ରିପୋର୍ଟ ଦେବାକୁ ସମସ୍ତ ପୋଲିସ ଷ୍ଟେସନଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ଜିଲ୍ଲାର ଡିଭିଜନାଲ କମିଶନରମାନେ ରିପୋର୍ଟ ପଠାଇବେ। ସମସ୍ତ ବେଆଇନ ଲାଉଡ୍ ସ୍ପିକରଗୁଡିକୁ ଧର୍ମଗୁରୁମାନଙ୍କ ସହ ଆଲୋଚନା ପରେ ହଟାଇ ଦିଆଯିବ ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଅନୁମତି ସହିତ ଧାର୍ମିକ ସ୍ଥାନରେ ଲାଉଡ ସ୍ପିକର ବ୍ୟବହାର କରାଯାଇପାରିବ କିନ୍ତୁ ଶବ୍ଦ ପରିସର ବାହାରକୁ ଆସିବା ଉଚିତ ନୁହେଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଲାଉଡ ସ୍ପିକର ପାଇଁ କୈଣସି ନୂତନ ଅନୁମତି ଦିଆଯିବ ନାହିଁ ।

ଏହା ପୂର୍ବରୁ ପ୍ରୟାଗରାଜ ଆଇଜିପି ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାତି ୧୦ଟାରୁ ୬ଟା ମଧ୍ୟରେ ଲାଉଡ୍ ସ୍ପିକର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ କହିଥିଲେ । ସରକାରଙ୍କ ଆଦେଶ ପରେ ଏପର୍ୟ୍ୟନ୍ତ ୧୨୫ ଟି ଲାଉଡ ସ୍ପିକରକୁ ହଟାଇ ଦିଆଯାଇଛି ଏବଂ ୧୭ ହଜାର ଲୋକ ସ୍ବେଚ୍ଛାକୃତ ଭାବରେ ଲାଉଡ ସ୍ପିକର ଶବ୍ଦକୁ ହ୍ରାସ କରିଦେଇଛନ୍ତି ।

Exit mobile version