Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଘରେ ଘରେ ପହଞ୍ଚିବ ୱାୟରଲେସ ବିଜୁଳି !

ନୂଆଦିଲ୍ଲୀ (ଦ କୁଇଭର): ଯେତେବେଳେ ଟେଲିଫୋନ୍ ଆରମ୍ଭ ହେଲା, କେହି ଭାବିନଥିଲେ ଯେ ଏମିତି ଦିନ ଆସିବ ଯାହା ବିନା ତାରରେ ଚାଲିବ । ବର୍ତ୍ତମାନ ଆପଣ ଯାହାକୁ ଦେଖିବେ ସମସ୍ତଙ୍କ ଫୋନ ପକେଟରେ । ଆଉ ଯେତେବେଳେ ଟେଲିଭିଜନ ଆସିଲା, ବଡ ଆଣ୍ଟିନା ଲଗାଯାଇଥିଲା । ଆଣ୍ଟିନାଗୁଡିକ ଛୋଟ ହୋଇଗଲା ପରେ ଟେଲିଭିଜନ୍ ଏକ ସ୍ୱତନ୍ତ୍ର କେବୁଲ୍ ମାଧ୍ୟମରେ ସମସ୍ତଙ୍କ ଘରେ ପହଞ୍ଚିଲା, ଏହାର ପରେ ଡିସ୍ ଟିଭି ଆସିଲା ଯେଉଁଥିରେ ସ୍ୱଚ୍ଛ ଚିତ୍ର, ସ୍ୱଚ୍ଛ ସ୍ୱର ଓ ଅଧିକ ଚ୍ୟାନେଲ ସହିତ ସମସ୍ତେ ଏହି ସୁବିଧା ପାଇଲେ ।

A microwave dish transmitter is pointed toward a rectifying antenna in part of the Safe and Continuous Power Beaming – Microwave (SCOPE-M) demonstration

ବର୍ତ୍ତମାନ ଡିଜିଟାଲ ଯୁଗରେ ଏବେ ଆଉ ଏକ ପରିବର୍ତ୍ତନ ହେବାକୁ ଯାଉଛି । ବର୍ତ୍ତମାନ ଘରର ବିଦ୍ୟୁତ୍ ମଧ୍ୟ ଡିସ୍ ଆଣ୍ଟେନାରୁ ଆସିବ । ମାନେ ବିନା ତାରରେ ଘରେ ପହଁଚିବ ବିଦ୍ୟୁତ । ଏବେ ୱାୟରଲେସ ବିଜୁଳି ମଧ୍ୟ ମିଳିବ । ହଁ ଏହା ଏବେ ସତ ହେବାକୁ ଯାଉଛି । ବିନା ତାରରେ ବିଜୁଳି ଯୋଗଣାର ଉପାୟ ଖୋଜି ବାହାର କରାଯାଇଛି। ଏହାର ସଫଳ ପରୀକ୍ଷଣ ମଧ୍ୟ ସରିଛି। ଯଦି ଏହା କାର୍ୟ୍ୟକାରୀ ହୁଏ ତେବେ ଖୁବ ଶୀଘ୍ର ଲୋକଙ୍କୁ ମିଳିବ ୱାୟରଲେସ ବିଜୁଳି।

ଆମେରିକାର ନାଭାଲ୍ ରିସର୍ଚ୍ଚ ଲାବୋରେଟୋରୀ ଅଫ୍ ଆମେରିକାରେ ପ୍ରଥମ ଥର ପାଇଁ ଏକ କିଲୋମିଟର ପର୍ୟ୍ୟନ୍ତ ବିଦ୍ୟୁତ୍ ଯୋଗଣ ହୋଇ ପାରିବ । ୧୮୯୦ ମସିହାରେ ଟେସଲା ଏକ ବେତାର ବିଦ୍ୟୁତ୍ ଯୋଗାଣ ବିଷୟରେ ଧାରଣା କଲା । ଯାହା ବର୍ତ୍ତମାନ ଏକ ବାସ୍ତବତାରେ ପରିଣତ ହୋଇଛି ।

ବିନା ତାରରେ ବିଦ୍ୟୁତ୍ ଯୋଗାଣ କରିବା ପାଇଁ କୈଣସି ଓଭରହେଡ୍ କିମ୍ବା ଅଣ୍ଡରଗ୍ରାଉଣ୍ଡ୍ ତାରର କୈଣସି ଆବଶ୍ୟକତା ନାହିଁ । ଏହି ଟେକ୍ନୋଲୋଜିକୁ ସଫଳତାର ସହ ପରୀକ୍ଷା କରି ଆମେରିକା ଏକ କିଲୋମିଟରରୁ ଅଧିକ ଦୂରତାରେ ୧.୬ କିଲୋୱାଟ ବିଦ୍ୟୁତ ଯୋଗାଇ ଦେଇଛି । ତାର ବିନା ବିଦ୍ୟୁତ୍ ଯୋଗାଣର ଧାରଣା ପ୍ରାୟ ୧୦୦ ବର୍ଷ ପୁରୁଣା । ତାର ବିନା ବିଦ୍ୟୁତ୍ ଯୋଗାଇବା ପାଇଁ ବିଶ୍ୱର ଅନେକ ଦେଶରେ ଅନେକ ପ୍ରକଳ୍ପ ମଧ୍ୟ ଚାଲିଛି, କିନ୍ତୁ କୌଣସଟି ସମ୍ପୂର୍ଣ୍ଣ ସଫଳ ହୋଇନାହିଁ ।

ୟୁଏସ ନାଭାଲ୍ ଚିସର୍ଚ୍ଚ ଲ୍ୟାବେରୋଟରୀ ମେରିଲ୍ୟାଣ୍ଡରେ ୟୁଏସ ଆର୍ମି ରିସର୍ଚ୍ଚ ଫିଲ୍ଡରେ ମାଇକ୍ରୱେବ ବିମକୁ ବ୍ୟବହାର କରି ୧ କିଲୋମିଟରରୁ ଅଧିକ ଦୂର ଯାଏଁ ୧.୬ କିଲୋୱାଟର ବିଜୁଳି ପଞ୍ଚାଯାଇଛି। ଏହା ଉପରେ କାମ କରୁଥିବା ବୈଜ୍ଞାନିକ କହିଛନ୍ତି, ଏହାର ସିଦ୍ଧାନ୍ତ ଅତି ସରଳ । ବିଦ୍ୟୁତକୁ ମାଇକ୍ରୋୱେଭରେ ପରିବର୍ତ୍ତନ କରାଯାଇଥାଏ । ପରେ ରେକ୍ଟିନା ଏଲିମେଣ୍ଟରୁ ତିଆରି ରିସିଭରକୁ ଗୋଟିଏ ବିମରେ କେନ୍ଦ୍ରୀତ କରାଯାଇଥାଏ। ଏଥିରେ ଏକ ଆରଏଫ ଡାୟୋଡ ସହ ଏକ ଏକ୍ସ-ବେଡ୍ ଡାଇପୋଲ ଏଣ୍ଟିନା ରହିଥାଏ। ଯେତେବେଳ ମାଇକ୍ରୋୱେବ ରେକ୍ଟିନାର ସହ ଧକ୍କା ହୁଏ ସେତେବେଳେ ଏଲିମେଣ୍ଟ କରେଣ୍ଟ ଉତ୍ପନ୍ନ ହୁଏ।

ଆଡଭାନ୍ସ କନ୍ସେପ୍ଟସ ଗୃପର ମୁଖ୍ୟ ଖ୍ରୀଷ୍ଟୋଫର ରୋଡେନବେକଙ୍କ ନେତୃତ୍ୱରେ ଦ୍ଭକ୍ସକ୍ଷ ଦଳକୁ ଏକ ନିରାପଦ ଏବଂ ନିରନ୍ତର ପାୱାର ବିମିଙ୍ଗ- ମାଇକ୍ରୋୱେଭ (SCOPE-M) ପ୍ରକଳ୍ପର ବିକାଶ ପାଇଁ ପ୍ରତିରକ୍ଷା ବିଭାଗ ଦାୟିତ୍ୱ ଦେଇଥିଲା। ତାଙ୍କର ଲକ୍ଷ୍ୟ ଥିଲା ଏହିପରି ଟେକ୍ନୋଲୋଜି ଏବଂ ଏହାର ବ୍ୟବହାରିକତା । ପ୍ରାରମ୍ଭିକ ସନ୍ଦେହ ସତ୍ତେ୍ୱ ମାଇକ୍ରୋୱେଭ୍ ବିମିଂ ଆଶ୍ଚର୍ୟ୍ୟଜନକ ଭାବରେ ଦକ୍ଷ ବୋଲି ପ୍ରମାଣିତ ହୋଇଛି ବୋଲି ସେ କହିଛନ୍ତି। ଏପରି ପରିସ୍ଥିତିରେ, ଏହି କୈଶଳ ଉପରେ ଅଧିକ କାର୍ୟ୍ୟ କରାଯିବ ।

୧୯୮୦ ଦଶନ୍ଧିରେ ପ୍ରଥମ ଥର ପାଇଁ ଟେସଲା ବିନା ତାରରେ ବିଦ୍ୟୁତ ଯୋଗାଣର ପରିକଳ୍ପନା କରିଥିଲେ। ଏଥିପାଇଁ ସେ ଟେସଲା କଇଲ ନାମକ ଏକ ଟ୍ରାନ୍ସଫର୍ମର ସର୍କିଟ ଉପରେ କାମ କରିଥିଲେ। ଯାହା ବିଦ୍ୟୁତ୍ ଉତ୍ପାଦନ କରିଥିଲା, କିନ୍ତୁ ସେ ପ୍ରମାଣ କରିପାରିନଥିଲେ ଯେ ସେ ଦୀର୍ଘ ଦୂରତାରେ ବିଦ୍ୟୁତ୍ ତାର ନିୟନ୍ତ୍ରଣ କରିପାରିବେ । ଏହାପରେ ସାରା ଦୂନିଆର ବୈଜ୍ଞାନିକ ଏବଂ ସରକାର ଏହା ଉପରେ କାମ କରିବା ଆରମ୍ଭ କରିଛନ୍ତି ।

Exit mobile version