Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ତେଲରୁ ଟିକସ ହ୍ରାସ କରନ୍ତୁ ରାଜ୍ୟ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ (ଦ କୁଇଭର): ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । ବଢୁଥିବା କରୋନା ସ୍ଥିତିକୁ ନେଇ ସବୁ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନେଫେରେନ୍ସିଂରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହୀ ଅବସରରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପେଟ୍ରୋଲ, ଡିଜେଲରୁ ଭାଟ୍ ହ୍ରାସ ପାଇଁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ । ସାମ୍ପ୍ରତିକ ଯୁଦ୍ଧ ସ୍ଥିତିରେ କେନ୍ଦ୍ର-ରାଜ୍ୟ ସହଯୋଗ ବଢିବା ଦରକାର । ଏହାସହ ସେ କହିଛନ୍ତି କିଛି ରାଜ୍ୟରେ ପେଟ୍ରୋଲ-ଡିଜେଲ ଦର ଅନ୍ୟ ରାଜ୍ୟ ଠାରୁ ଅଧିକ ଅଛି ।

କେନ୍ଦ୍ର ଡ୍ୟୁଟି ହ୍ରାସ ପରେ ରାଜ୍ୟମାନଙ୍କୁ ଭାଟ୍ ହ୍ରାସ ପାଇଁ ପ୍ରଧାନମନ୍ତ୍ରୀ କହିଥିଲେ । ଏଥିରେ କିଛି ରାଜ୍ୟ ହ୍ରାସ କଲେ, କିଛି ରାଜ୍ୟ ଭାଟ୍ ହ୍ରାସ କଲେନି । ଯେଉଁଥିପାଇଁ ହଇରାଣ ହେଲେ ସାଧାରଣ ଲୋକେ । ଏ ଭିତରେ ୬ ମାସ ହୋଇଗଲାଣି, ଲୋକେ ହଇରାଣ ହେଲେଣି । ଭାଟ୍ ହ୍ରାସ କରି ନିଜ ରାଜ୍ୟବାସୀଙ୍କୁ ସୁବିଧା ଦିଅନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Exit mobile version