ପୁରୀ (ଦ କୁଇଭର): ମୁଣ୍ଡ ନଇଁଲେ ସରକାର । ଅପରାଜିତାଙ୍କୁ ବାଡି ପକାଇଥିଲେ ଜିଲ୍ଲାପାଳ ଓ ଏସପି, ସାଂସଦଙ୍କୁ ଛାଡ଼ିବୁନି । କିନ୍ତୁ ଅପରାଜିତାଙ୍କ ଜିଦ୍ ଆଗରେ କେବଳ ପ୍ରଶାସନ ନୁହେଁ ଶେଷରେ ମୁଣ୍ଡ ନୁଆଁଇଲେ ସରକାର । ଅପରାଜିତା ସଡ଼ଙ୍ଗୀ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଯାଉଥିବା ସମୟରେ ଚନ୍ଦନପୁର କାଠ ପୋଲ ନିକଟରେରେ ପ୍ରଶାସନିକ ଅଧିକାରୀମାନେ ତାଙ୍କୁ ଅଟକାଇଥିଲେ । କିନ୍ତୁ ଅପରାଜିତା ସଡଙ୍ଗୀ ଜିଦ୍ ଧରିଲେ, ଆଉ କହିଲେ ଜଣେ ଭକ୍ତ ହିସାବରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଉଛି, ତାଙ୍କୁ ଅଟକାଯାଉଛି କାହିଁକି? ସରାକରଙ୍କ ଏତେ ଡର କାହିଁକି? ପଦଯାତ୍ରାକୁ ଅଟକାଇପାରନ୍ତି, କିନ୍ତୁ ଜଣେ ଭକ୍ତଙ୍କୁ ଅଟକାଇବାର ଅଧିକାର ସରକାରଙ୍କର ନାହିଁ । ଅପରାଜିତାଙ୍କ ଏହି ତେରଛା ବାଣ ଖାଲି ପ୍ରଶସନକୁ ହଲଚଲ କଲାନି । ରାଜ୍ୟ ସରକାରଙ୍କ ମଧ୍ୟରେ ମଧ୍ୟ କମ୍ପନ ସୃଷ୍ଟି କରିଥିଲା । ଶେଷରେ ଜିଲ୍ଲାପାଳ ଆଉ ଏସପି ଆସିଲେ, ଆଲୋଚନା କଲେ, ଆଉ ପୁରୀ ଜିବାକୁ ଦେଲେ ଅନୁମତି ।

ଘଟଣାନୁଯାୟୀ, ଶ୍ରୀମନ୍ଦିର ଐତିହ୍ୟ କରିଡର ବିବାଦକୁ ନେଇ ଆଜି ପୁରୀରେ ହେବାକୁ ଥିବା ପଦଯାତ୍ରାରେ ସାମିଲ ହୋଇଥାନ୍ତେ ସାଂସଦ ଅପରାଜିତା ସଡଙ୍ଗୀ । କିନ୍ତୁ ପ୍ରଶାସନର ଅନୁମତି ନ ମିଳିବାରୁ ତାହା ସ୍ଥଗିତ ରହିଥିଲା । କିନ୍ତୁ ଅପରାଜିତା ସଡ଼ଙ୍ଗୀ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଯାଉଥିବା ସମୟରେ ଚନ୍ଦନପୁର କାଠ ପୋଲ ନିକଟରେରେ ପ୍ରଶାସନିକ ଅଧିକାରୀମାନେ ତାଙ୍କୁ ଅଟକାଇଥିଲେ । ଆଉ ଯିବାକୁ ଅନୁମତି ଦେଇନଥିଲେ । ଶେଷରେ ନିଜେ ପଦଯାତ୍ରା କରି ଚନ୍ଦନପୁରରୁ ମାଳତୀପାଟପୁର ଯାଇଥିଲେ ସାଂସଦ । ସାଂସଦଙ୍କୁ ଅଟକାଇବା ପାଇଁ ଉପରମହଲାରୁ ବହୁ ଉଦ୍ୟମ ହୋଇଥିଲେ ମଧ୍ୟ, ସବୁ ଉଦ୍ୟମ ଫେଲ୍ ମାରିଥିଲା । ଶେଷରେ ତାଙ୍କୁ ମାଳତୀପାଟପୁର ଠାରୁ ଗାଡିରେ ଯିବାକୁ ଅନୁମତି ମିଳିଥିଲା ।

ଅନ୍ୟପଟେ ଶ୍ରୀମନ୍ଦିର କରିଡର ପ୍ରକଳ୍ପ କାର୍ଯ୍ୟ ବିରୋଧରେ ମଧ୍ୟ ମୁହଁ ଖୋଲିଛନ୍ତି ସାଂସଦ । ସେ କହିଛନ୍ତି, ଏହି ଗସ୍ତ କେବଳ ମୋର ମହାପ୍ରଭୁଙ୍କ ଦର୍ଶନ ପାଇଁ ଥିଲା । କିନ୍ତୁ ସରକାରଙ୍କ ଏତେ ଡର କାହିଁକି? ସେ ଯଦି କିଛି ଭୁଲ କରିନାହାନ୍ତି ଏତେ ସଂଖ୍ୟକ କର୍ମଚାରୀଙ୍କୁ ଏତେ ଖରାରେ କାହିଁକି କଷ୍ଟ ଦେଉଛନ୍ତି । ଏହାସହ ସେ କହିଛନ୍ତି, ମୁଁ କେବଳ ଶ୍ରୀମନ୍ଦିର ସୁରକ୍ଷା କଥା କହିଛି । ଯାହା କହିବାର ଥିଲା ମୁଁ ଲୋକସଭାରେ କହିସାରିଛି । କୌଣସି ରାଜନୈତିକ ନୁହେଁ କି ଦଳୀୟ କଥା କହିନାହିଁ । ଏହା କୌଣସି ଦଳୀୟ କାର୍ଯ୍ୟକ୍ରମ କି ରାଜନ୍ରେତିକ କାର୍ଯ୍ୟକ୍ରମ ନୁହେଁ । ତେଣୁ ସରକାରଙ୍କ ଏତେ ଭୟ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ଅପରାଜିତା । ଏହାସହ ଏଏସଆଇର କାର୍ଯ୍ୟକଳାପକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି । ପୂର୍ବରୁ ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ମନ୍ଦିର ଉପରେ କୌଣସି ବିମାନ ଉଡ଼ିବାକୁ ଦିଆଯାଉନଥିଲା । କିନ୍ତୁ ଏବେ ଜେସିବି ଲଗାଇ ୩୦ ଫୁଟର ଗାତ ଖୋଳାଯାୁଛି । ଏଥିପାଇଁ କିଏ ଦେଇଛି ଅନୁମତି? ଏଏସଆଇ ଅନୁମତି ବିନା ଏତେ ବଡ଼ ବଡ଼ ଗାତ ଖୋଳାଯାଉଛି କାହିଁକି? ଜଗନ୍ନାଥ ମନ୍ଦିରର ସୁରକ୍ଷା ରାଜନୀତିର ଉଦ୍ଧ୍ୱର୍ରେ ଜଗନ୍ନାଥ ମହାପ୍ରଭୁ ଓଡ଼ିଆଙ୍କ ଆସ୍ଥାର କେନ୍ଦ୍ର । ତାଙ୍କ ମନ୍ଦିରର ସୁରକ୍ଷା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ । ତେଣୁ ଏହି ପ୍ରସଙ୍ଗରେ କୌଣସି ସାଲିସ କରାଯିବ ନାହିଁ ବୋଲି କହିଛନ୍ତି ଅପରାଜିତା ସଡ଼ଙ୍ଗୀ।

Leave a Reply

Your email address will not be published. Required fields are marked *