ରାଜ୍ୟ ସରକାର କ’ଣ ଲୁଚାଉଛନ୍ତି, କାହିଁକି ଡରୁଛନ୍ତି ? : ଅପରାଜିତା

ପୁରୀ (ଦ କୁଇଭର): ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ପୁରୀ ଗସ୍ତ କରିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ସାଂସଦ ପୁରୀ ଗସ୍ତ କରିଥିବା ବେଳେ ଚନ୍ଦନପୁର କାଠପୋଲ ନିକଟରେ ଅଟକାଇ ଦିଆଯାଇଥିଲା । ପ୍ରାୟ ଦେଢ କିଲୋମିଟର ଚାଲିବା ପରେ ପ୍ରଶାସନ ତାଙ୍କୁ ଅନୁମତି ଦେଇଥିଲା ।

ସେଠାରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ ଯଦି ରାଜ୍ୟ ସରକାର ଚାହୁଁଛନ୍ତି ମୁଁ ଚାଲିକି ଯିବି । ତେବେ ମୁଁ ଚାଲିକି ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବି । ତାହା ଛଡ଼ା ଏହି ଗସ୍ତ କେବଳ ମୋର ମହାପ୍ରଭୁଙ୍କ ଦର୍ଶନ ବୋଲି ସେ କହିଛନ୍ତି । ଆହୁରି ମଧ୍ୟ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ସରକାରଙ୍କ ଏତେ ଡର କାହିଁକି ? ସେ ଯଦି କିଛି ଭୁଲ କରିନାହାନ୍ତି ଏତେ ସଂଖ୍ୟକ ସରକାରୀ କର୍ମଚାରୀଙ୍କୁ ଏତେ ଖରାରେ କାହିଁକି କଷ୍ଟ ଦେଉଛନ୍ତି ।

ଆନ୍ଦୋଳନ ପାଇଁ ଅନୁମତି ନ ମିଳିଲେ ବି ବଡ଼ ଦାଣ୍ଡରେ ଚାଲି ଚାଲି ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଯାହାକୁ ନେଇ ଏବେ ଅଡୁଆରେ ପଡ଼ିଯାଇଛି ପ୍ରଶାସନ ଓ ରାଜ୍ୟ ସରକାର । ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ବିବାଦ ଥମିବାର ନାଁ ଧରୁନି । ପ୍ରକଳ୍ପକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିବା ବେଳେ କେତେବେଳେ ବିଜେପି ତ କେତେବେଳେ କଂଗ୍ରେସର ବରିଷ୍ଠ ନେତାମାନେ ରାଜ୍ୟ ସରକାରଙ୍କ ବିରୋଧରେ ବିଷ ଓଗାଳୁଛନ୍ତି । ପଦଯାତ୍ରା ସମୟରେ ସାଂସଦ ଶ୍ରୀମତି ଷଡ଼ଙ୍ଗୀ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଯଦି ରାଜ୍ୟ ସରକାର ସତ୍ ମାର୍ଗରେ ଅଛନ୍ତି, କିଛି ଲୁଚାଉନାହାନ୍ତି ତେବେ ଏତେ ଡର କାହିଁକି ?

Leave a Reply

Your email address will not be published. Required fields are marked *