କିଏ ହେବ ନବୀନଙ୍କ ଉତ୍ତରାଧିକାରୀ ?

ଭୁବନେଶ୍ୱର (ଦ କୁଇଭର): କିଏ ହେବ ନବୀନଙ୍କ ଉତ୍ତରାଧିକାରୀ? ନବୀନଙ୍କ ପରେ କିଏ ସମ୍ଭାଳିବ ମୁଖ୍ୟମନ୍ତ୍ରୀ ଶାସନ ଗାଦୀ? କାହାକୁ ଭରଷା କରିବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ? ଏହାକୁ ନେଇ ଏବେ ପାୱାର କରିଡରରେ ଖୁବ୍ ଚର୍ଚ୍ଚା । କୁହାଯାଉଛି ନବୀନଙ୍କ ନିଜର କେହି ଉତ୍ତରାଧିକାରୀ ନାହାନ୍ତି? କାରଣ ଏବେ ସୁଦ୍ଧା ଲୋକ କହୁଥିଲେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ହୋଇପାରନ୍ତି ନବୀନଙ୍କ ଉତ୍ତରାଧିକାରୀ । ସେ ଯେଉଁ ଭଳି ଭାବେ ସଙ୍ଗଠନକୁ ସଦୃଢ କରୁଛନ୍ତି ଓ ତାଙ୍କ ଉପରେ ଯେପରି ଆସ୍ଥା ପ୍ରକଟ କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସେଥିରୁ ଜଣାପଡ଼ୁଥିଲା ଯେ, ସେ ହିଁ ଉତ୍ତରାଧିକାରୀ ହୋଇପାରନ୍ତି । କାରଣ ତାଙ୍କ ବାପା ଅଶୋକ ଦାଶ ବି ଥିଲେ ଜନତା ଦଳର ପ୍ରଖର ରାଜନେତା । ସେ ବି ଦିନେ ମୁଖିଆ ଦାବିଦାର ଥିଲେ । ତେଣୁ ପ୍ରଣବ ପ୍ରକାଶ ଦାଶଙ୍କ ନାଁ ଥିଲା । ଏବେ କିନ୍ତୁ ସାମ୍ନାକୁ ଆସିଛି ଆଉ ଜଣଙ୍କ ନାଁ । ସେ ହେଉଛନ୍ତି ସୁଜାତା ରାଉତ । ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ଧର୍ମପତ୍ନି । ସେ ନବୀନଙ୍କ ଉତ୍ତରାଧିକାରୀଙ୍କ ଭାବେ ଉଭା ହୋଇପାରନ୍ତି ବୋଲି କୁହାଯାଉଛି । ଏଥିପାଇଁ ପୂର୍ବରୁ ଦଳ ନିଷ୍ପତ୍ତି ମଧ୍ୟ ନେଇ ସାରିଥିବା ବିରୋଧୀ ମାନେ କହୁଛନ୍ତି ।

ସୁଜାତାଙ୍କୁ ମିଶନ ଶକ୍ତି ସଚିବ ଭାବେ ଦାୟିତ୍ୱ ଦେଇଛି ଦଳ । ତେଣୁ ନବୀନଙ୍କ ଉତ୍ତରାଧିକାରୀ ଭାବେ ତାଙ୍କୁ ସାମ୍ନାକୁ ଆଣିବାକୁ ପ୍ଲାନ୍ କରୁଛି ବିଜେଡ଼ି । ବିଜୁ ଜନତା ଦଳର ମୁଖ୍ୟ ଭୋଟ୍ ବ୍ୟାଙ୍କ୍ ହେଉଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠି । ତେଣୁ ଏହି ଭୋଟ୍ ବ୍ୟାଙ୍କକୁ ନିଜ ପାଖରେ ରଖିବାକୁ ହେଲେ ଜଣେ ମହିଳାଙ୍କୁ ଉତ୍ତରାଧିକାରୀ କରିବାକୁ ହେବ ବୋଲି ପ୍ଲାନ୍ କରିଛି ଦଳ । ତେଣୁ ସୁଜାତା ମିଶନ ଶକ୍ତି ସଚିବ ଥିବାରୁ ତାଙ୍କୁ ଉତ୍ତରାଧୀକାରି ଭାବେ ସାମ୍ନାକୁ ଆଣିବାକୁ ଦଳ ଚିନ୍ତା କରିଛି । ନିଟକରେ ହୋଇଥିବା ବିଜେଡିର ମୁଖପାତ୍ର ଓ ପ୍ୟାନେଲିଷ୍ଟମାନଙ୍କ ବୈଠକରେ ସୁଜାତାଙ୍କ ନାଁରେ ମୋହର ବାଜିଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ରାଜ୍ୟ ରାଜନୀତିରେ ବର୍ତ୍ତମାନ ବ୍ୟାକଫୁଟ୍ରେ ବିରୋଧୀ । ବିରୋଧୀଙ୍କୁ ଚକମା ଦେଇ ସୁଜାତାଙ୍କୁ କୁଇନ୍ କରି ପୁଣି ଥରେ ଶାସନ କ୍ଷମତା ଅକ୍ତିଆର କରିବାକୁ ଚାହୁଁଛି ବିଜେଡି । ତେଣୁ ଏଭଳି ପରିସ୍ଥିତିରେ ନବୀନଙ୍କ ଉତ୍ତରାଧିକାରୀ ଭାବେ ସୁଜାତଙ୍କ ନାଁକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି ।

Leave a Reply

Your email address will not be published. Required fields are marked *