Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଆଜି ଆଇପିଏଲରେ ମୁହାଁମୁହିଁ ହେବେ ଦିଲ୍ଲୀ – କୋଲକାତା

ମୁମ୍ବାଇ(ଦ କୁଇଭର): ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗରେ ଗୋଟିଏ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଏହି ମ୍ୟାଚ ଆଜି ସନ୍ଧ୍ୟା ୭ଟା ୩୦ରେ ମୁମ୍ବାଇର ଓ୍ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ ପୂର୍ବରୁ ଉଭୟ ଦଳ ନେଟ୍ସରେ ଜୋରଦାର ଅଭ୍ୟାସ କରିଛନ୍ତି । ଉଭୟ ଦଳ ପାଇଁ ଆଜିର ମ୍ୟାଚରେ ବିଜୟ ଲାଭ କରିବା ଜରୁରୀ ହୋଇ ପଡ଼ିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।
ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ଭଲ ଆରମ୍ଭ କରିଥିଲା । ଆରମ୍ଭରୁ ଚାରୋଟି ମ୍ୟାଚରେ ତିନୋଟିରେ ବିଜୟ ଲାଭ କରିଥିଲା କେକେଆର । କିନ୍ତୁ ଶେଷ ଚାରୋଟି ମ୍ୟାଚରେ ଲଗାତର ଚାରୋଟି ମ୍ୟାଚରେ ପରାଜୟ ବରଣ କରିଛି କୋଲକାତା । କେକେଆର ଏପର୍ଯ୍ୟନ୍ତ ୮ଟି ମ୍ୟାଚ ଖେଳିଥିବା ୬ ପଏଣ୍ଟ ସହ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି । ତେଣୁ ଆଜିର ମ୍ୟାଚରେ ବିଜୟ ଲାଭ କରି ପରାଜୟର ଧାରା ଭାଙ୍ଗିବାକୁ ଚେଷ୍ଟା କରିବ କୋଲକାତା ।
ଅନ୍ୟପକ୍ଷରେ ଯଦି ଦିଲ୍ଲୀ କ୍ୟାପିଟାଲ୍ସ କଥା କହିବା ତାହାଲେ ଦିଲ୍ଲୀ ମଧ୍ୟ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଭଲ ଆରମ୍ଭ କରିଥିଲା । ବିଜୟ ସହ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଥିଲା ଦିଲ୍ଲୀ । କିନ୍ତୁ ପରବର୍ତ୍ତୀ ମ୍ୟାଚରେ ପରାଜୟ ବରଣ କରିଥିଲା ଦିଲ୍ଲୀ । ଏପର୍ଯ୍ୟନ୍ତ ଦିଲ୍ଲୀ ୭ଟି ମ୍ୟାଚ ଖେଳି ମାତ୍ର ୩ଟି ମ୍ୟାଚରେ ବିଜୟ ଲାଭ କରିଛି । ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲରେ ୬ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛି । ତେଣୁ ଆଜି କୋଲକାତା ବିପକ୍ଷରେ ବିଜୟ ଲାଭ କରି ପଏଣ୍ଟ ଟେବୁଲର ଉପରକୁ ଉଠିବା ପାଇଁ ଚେଷ୍ଟା କରିବ ।
ଆଇପିଏଲ ଇତିହାସରେ ଉଭୟ ଦଳ ମଧ୍ୟରେ ୩୦ ଥର ମୁହାଁମୁହିଁ ହୋଇଛନ୍ତ । ସେଥିମଧ୍ୟରୁ କୋଲକାତା ନାଇଯ ରାଇଡର୍ସ ୧୬ଟି ମ୍ୟାଚରେ ବିଜୟ ଲାଭ କରିଥିବାବେଳେ ଦିଲ୍ଲୀ କ୍ୟାପିଟାଲ୍ସ ମାତ୍ର ୧୩ଟି ମ୍ୟାଚରେ ବିଜୟ ଲାଭ କରିଛି ।

Exit mobile version