ଥଣ୍ଡା ରହିବେ କେମିତି: ଟାଟା କାଟୁଛି ପାୱାର

ଭୁବନେଶ୍ୱର (ଦ କୁଇଭର): ପ୍ରବଳ ଖରା, ଗରମ ସାଙ୍ଗକୁ ତାତି, ତାପମାତ୍ରା ୪୪ ଡିଗ୍ରୀ ଛୁଇଁଲାଣି, ଆହୁରି ବଢିବ, ଆଇଏମ୍ଡି ଚେତାବନୀ ଦେଲାଣି ୫ ଡିଗ୍ରୀ ବଢିବ ତାପମାତ୍ରା, ସିଝି ଯିବେ ଲୋକେ, ଏପଟେ ଗରମରୁ ରକ୍ଷା ପାଇଁ ଛାଇରେ ବା ଥଣ୍ଡାରେ ରହିବାକୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି ସରକାର, ହେଲେ ସରକାରଙ୍କ ନିଯୁକ୍ତ ଠିକା କମ୍ପାନୀ ଟା ଟା ପାୱାର ଲୋକଙ୍କୁ ଜଳିବାକୁ ଝାଡିଦେଉଛି । ସାଧାରଣ ଲୋକଙ୍କ ପାଇଁ ଦାଉ ସାଜୁଛି ଟା ଟା ପାୱାର । ଘନ ଘନ ବିଜୁଳି କଟ୍ କରି ଲୋକଙ୍କୁ ଦହଗଞ୍ଜ କରୁଛି, ହେଲେ ସରକାର ଟା ଟା କମ୍ପାମୀକୁ ବିଜୁଳି ଯୋଗାଇବା ପାଇଁ ନିର୍ଦ୍ଦେଶ ବି ଦେଉନାହାଁନ୍ତି, ଲୋକଙ୍କୁ ଗରମରେ ସିଝିବାକୁ ଛାଡି ଦେଉଛନ୍ତି ।

ଗତ ତିନି ଦିନ ଧରି ଲାଗିରହିଛି ପ୍ରବଳ ଗରମ । ଆହୁରି ପାଞ୍ଚଦିନଧରି ଲାଗି ରହିବ ପ୍ରଚଣ୍ଡ ଖରା । ସତର୍କବାଣୀ ଦେଇ ଦେଲେଣି ଆଇଏମଡି । ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବ । ଆର୍ଦତା ଓ ୟୁଭି ଇନ୍ଡେକ୍ସ ମଧ୍ୟ ଭୟଙ୍କର ହେବ । ଦିନ ୮:୩୦ ଟାରୁ ୟୁଭି ଇନ୍ଡେକ୍ସ ଏତେ ବଢୁବ ଯେ ଜାଲିପୋଡି ଦେବ ।

ସଜ୍ଞୟ ପକ୍ଷରୁ ମିଲିଥିବା ସୂଚନାନୁସାରେ ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ସ୍ୱଭାବିକ ତାପମାତ୍ରା ଠାରୁ ଅଭ୍ୟନ୍ତରଣିୟ ଓଡିଶାରେ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ତାପମାତ୍ରା ରହିବ । ଏଥିସହ ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା ଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇପାରେ । ଉପକୂଳ ଓଡିଶାରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଏବଂ ଆସନ୍ତାକାଲି ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ମଧ୍ୟ କରାଯାଇଛି।

ମୟୁରଭଞ୍ଜ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଅନୁଗୁଳ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ୨୮ ଏବଂ ୨୯ ତାରିଖରେ ଅଧିକ ତାପମାତ୍ରା ବଢିବାର ସମ୍ଭାବନା ରହିଛି । ଏପ୍ରିଲ ୩୦ ତାରିଖ ପର୍ୟ୍ୟନ୍ତ ୧୧ଟି ଜିଲ୍ଲାରେ ହିଟ୍ ୱେଭ୍ ନେଇ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଉଛନ୍ତି- ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂଭଭଞ୍ଜ, ଅନୁଗୋଳ, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ ଓ ବଲାଙ୍ଗିର।

Leave a Reply

Your email address will not be published. Required fields are marked *