ନୟାଗଡ଼ (ଦ କୁଇଭର): ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବିକି ଦେଲେ ପରିବାର ଲୋକ । ଜୋର ଜବରଦସ୍ତ ବିବାହ ବି କରାଇ ଦେଲେ । ଧରପଗଡ଼ ପରେ ଝିଅ ଫେରି ଆସିଛି ବୋଲି ତାର ବାପା କହୁଛନ୍ତି । ହେଲେ ଝିଅକୁ କାହା ସାମ୍ନାକୁ ଛଡ଼ାଯାଉନାହିଁ । ଏପରିକି ସେ ଝିଅ ତା ମଥାରୁ ସିନ୍ଦୁର ପୋଛୁନାହିଁ । ଚାଇଲ୍ଡଲାଇନ ବି ନିରାଶ ହୋଇ ବସିଛି । ମିସିଂ କେସ ବି ଥାନାରେ ରୁଜୁ ହୋଇନାହିଁ । ଏଭଳି ଏକ ସାଂଘାତିକ ଘଟଣା ଘଟିଛି ନୟାଗଡ଼ରେ । ଯେଉଁ ନୟାଗଡ଼ ଶିଶୁ ହତ୍ୟା ଘଟଣାକୁ ନେଇ ଚର୍ଚ୍ଚିତ ସେହି ନୟାଗଡ଼ର ଗୋଳଗୋଳାରେ ଘଟିଛି ଏପରି ଘଟଣା ।
ନୟାଗଡ଼ ଗୋଳଗୋଳା ଗାଁର ଜଣେ ୧୦ମ ଶ୍ରେଣୀ ଛାତ୍ରୀ ୨୨ ତାରିଖରୁ ନିଖୋଜ ଥିଲେ । ସ୍କୁଲ ଯାଉଥିବା କହି ଘରୁ ଯାଇଥିଲେ । ଆଉ ଫେରି ନଥିଲେ । ସଦର ଥାନା ଅଞ୍ଚଳର ବନ୍ଧୁଗାଁର ଜଣେ ୨୬ ବର୍ଷିୟ ଯୁବକଙ୍କ ପରିବାରରେ ତାଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଥିଲା । ସେଠାରେ ତାଙ୍କର ବିବାହ ହୋଇଥିବା ଚର୍ଚ୍ଚା ହୋଇଥିଲା । ଗାଁରେ ଟୁପୁରୁଟାପର ହେବା ପରେ କଥା ପହଞ୍ଚିଥିଲା ନୟାଗଡ଼ ଚାଇଲ୍ଡଲାଇନ୍ରେ । ଅଭିଯୋଗ ପରେ ଚାଇଲ୍ଡଲାଇନ କର୍ତ୍ତୃପକ୍ଷ ଟିମ ପଠାଇ ଝିଅକୁ ଉଦ୍ଧାର କରିବାକୁ ଯାଇଛନ୍ତି । ମାତ୍ର ଏପର୍ଯ୍ୟନ୍ତ ନାବାଳିକା ଉଦ୍ଧାର ହୋଇ ପାରିନାହିଁ ।

ଅନ୍ୟପଟେ ଏହି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରିଛନ୍ତି ନାବାଳିକାଙ୍କ ବାପା । ନିଖୋଜ ଥିବା ନାବାଳିକାଙ୍କୁ ଜୋର ଜବରଦସ୍ତ ବାହା କରାଯାଇଛି । ଅଭିଯୁକ୍ତଙ୍କ ପରିବାର ଲୋକେ ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ଜାରି ରଖିଛନ୍ତି । ମାତ୍ର କଥା ଚାଇଲ୍ଡଲାଇନରେ ପହଞ୍ଚିବା ପରେ ଖୋଳତାଡ଼ ହୋଇଛି ।

ପ୍ରଶ୍ନ ଉଠୁଛି, କୁଆଡ଼େ ଯାଇଥିଲା ନାବାଳିକା ୧୦ମ ଶ୍ରେଣୀ ଛାତ୍ରୀ? ପରିବାର ଲୋକେ କହୁଛନ୍ତି ଆମେ ଚାଇଲ୍ଡଲାଇନରେ ଜଣାଇଛୁ, ଜିଲ୍ଲାପାଳଙ୍କ ଅଫସିରେ ଅଣ୍ଡରଟେକିଂ ଦେଇଛୁ, ଝିଅକୁ ୧୮ ବର୍ଷ ପରେ ବିବାହ କରାଇବୁ ବୋଲି ମଧ୍ୟ କହିଛନ୍ତି । ଝିଅର ବିବାହ ହୋଇନି, ଆପଣ କାହିଁକି ତାକୁ ଖୋଜୁଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି ନିଖୋଜ୍ ନାବାଳିକାଙ୍କ ବାପା । କିନ୍ତୁ ଚାଇଲ୍ଡଲାଇନ କର୍ତ୍ତୃପକ୍ଷ କହୁଛନ୍ତି ଆମକୁ ତା ବାପା ସହଯୋଗ କରୁନାହିଁ । ଏଠାରେ ନିଖୋଜ ଝିଙ୍କ ବାପାଙ୍କ ଭୂମିକା ଧିରେ ଧିରେ ସନ୍ଦେହ ଘରକୁ ଆସୁଛି । ନାବାଳିକା ନିଖୋଜ୍ ପଛରେ କାହାର ରହିଛି ହାତ? ନିଖୋଜ ପଛରେ ନାବାଳିକାଙ୍କ ପାରିବାର ଲୋକଙ୍କ ହାତ ନାହିଁ ତ? ଏଭଳି ଅନେକ ପ୍ରଶ୍ନ ଏବେ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *