ଆଇପିଏସ ସ୍ତରରେ ଅଦଳବଦଳ: ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ବରେ ସଞ୍ଜୀବ ପଣ୍ଡା

ଭୁବନେଶ୍ବର (ଦ କୁଇଭର): ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟସରକାର । ବଦଳିଛନ୍ତି ଭୁବନେଶ୍ୱ ଓ କଟକ ଡିସିପି । କଟକ ଡିସିପି ଥିବା ପ୍ରତୀକ ସିଂହଙ୍କୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତ କରାଯାଇଛି। ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କୁ କଟକ ଡିସିପି ଭାବେ ବଦଳି କରାଯାଇଛି। ଭୁବନେଶ୍ୱର ଡିସିପି ଥିବା ଉମାଶଙ୍କର ଦାଶଙ୍କୁ ଟ୍ୱିନ୍ ସିଟିର ଅତିରିକ୍ତ ପୁଲିସ୍ କମିଶନର (ଏସିପି) ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। ଅରୁଣ ବୋଥ୍ରାଙ୍କୁ କ୍ରାଇମବ୍ରାଞ୍ଚର ଏଡିଜି ଭାବେ ଦାୟିତ୍ୱ ମିଳିଛି ।

ସିଦ୍ଧାର୍ଥ କାଟତିୟା ଖୋର୍ଦ୍ଧା ଜିଲ୍ଲାର ଏସପି ଦାୟିତ୍ବ ମିଳିଛି। ସେହପରି ଗୋଇନ୍ଦା ନିର୍ଦ୍ଦେଶକ ଦାୟିତ୍ବ ସଞ୍ଜୀବ ପଣ୍ଡାଙ୍କୁ ମିଳିଛି। ବ୍ରହ୍ମପୁର ଏସପି ଭାବେ ଡ. ଶର୍ବଣା କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି। ଅଗ୍ନିଶମ ଡିଜି ହୋଇଛନ୍ତି ସନ୍ତୋଷ କୁମାର ଉପାଧ୍ୟାୟ ।
ନୟାଗଡ ଏସପି-ଅଲେଖ ପହୀ
ନବରଙ୍ଗପୁର ଏସପି- ଏସ ସୁଶ୍ରୀ
ବରଗଡ ଏସପି- ପରମାର ସ୍ମିତ ପରଷୋତ୍ତମଦାସ
ଝାରସୁଗୁଡା ଏସପି- ରାହୁଲ ଜୈନ
କଳାହାଣ୍ଡି ଏସପି -ଅଭିଳାଷ ଜୀ

Leave a Reply

Your email address will not be published. Required fields are marked *