Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

୫ରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର (ଦ କୁଇଭର): ଗରମ ସାଙ୍ଗକୁ ବଢୁଛି ତାତି । ଡହ ଡହ ଖରାରେ ଲୋକେ ହନ୍ତସନ୍ତ । ରାଜ୍ୟରେ ୪୦ଡିଗ୍ରୀ ଏବଂ ତା ଠାରୁ ଅଧିକ ତାପମାତ୍ରା ରହୁଥିବାବେଳେ ଗ୍ରୀଷ୍ମ ପ୍ରବାହରୁ ବଞ୍ଚିବା ପାଇଁ ଲୋକେ ତ୍ରାହି ତ୍ରାହି ହେଉଛନ୍ତି । ଏହାରି ଭିତରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଦାନା ବାନ୍ଧୁଛି ଲଘୁଚାପ । ମେ’ ପ୍ରଥମ ସପ୍ତାହରେ ହିଟ୍ ୱେଭ୍ ରେ ଲାଗିବ ବ୍ରେକ୍ । ତାତିରୁ ମିଳିବ ନିସ୍ତାର । ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ଦାନା ବାନ୍ଧୁଥିବାରୁ ଖୁବ୍ ଶୀଘ୍ର ତାତିରୁ ତ୍ରାହି ମିଳିବାର ଆଶା ଦେଖାଇଛି ଭାରତୀୟ ପାଣିପାଗ କେନ୍ଦ୍ର (IMD)।

୪ ମଇ ୨୦୨୨ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି, ପ୍ରଭାବରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ଜ୍ଝ ସୃଷ୍ଟି ହେବାର ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନାମିଳିଛି ।

ଆଜି ଏବଂ ଆସନ୍ତାକାଲି ୨ ଦିନ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ରହିବ। ୧ ତାରିଖ ବେଳକୁ ଓଡ଼ିଶାରେ ସ୍ଥିତି ପରିବର୍ତ୍ତନ ହୋଇପାରେ। ତେବେ କାଲି ରାତିରୁ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବା ସମ୍ଭାବନା ରହିଛି ବୋଲି ବୈଜ୍ଞାନିକ ଆର୍.କେ ଜେନାମଣି ସୂଚନା ଦେଇଛନ୍ତି।

Exit mobile version