ଆଜିଠାରୁ ପଶ୍ଚିମଦ୍ୱାରରୁ ପ୍ରବେଶ

ପୁରୀ (ଦ କୁଇଭର): ଖୋଲିଲା ଶ୍ରୀମନ୍ଦିରର ପଶ୍ଚିମଦ୍ୱାର । ଆଜିଠାରୁ ପଶ୍ଚିମଦ୍ୱାରରୁ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ଭକ୍ତମାନେ ଭଭୟ ସିଂହଦ୍ୱାର ଓ ପଶ୍ଚିମଦ୍ୱାର ଦେଇ ଶ୍ରାମନ୍ଦିର ଭିତରକୁ ପ୍ରବେଶ କରିପାରିବେ । ଆଜିଠାରୁ ଏହି ଦର୍ଶନ ବ୍ୟବସ୍ଥା ଲାଗୁକରାଯାଇଛି । ଭକ୍ତମାନେ ପଶ୍ଚିମ ଦ୍ୱାର ଦେଇ ମହାପ୍ରଭୁଙ୍କୁ ଦର୍ଶନ କରି ଦକ୍ଷିଣ ଦ୍ୱାର ଦେଇ ଫେରିବେ। ଭକ୍ତମଧ୍ୟ ସିଂହଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ ଉତ୍ତର ଦ୍ୱାର ଦେଇ ମଧ୍ୟ ବାହା଼ରି ପାରିବେ। ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତି ପରେ ଅନୁମତି ମିଳିଛି ।

ତେବେ ଭକ୍ତମାନଙ୍କୁ ସୁବିଧାରେ ଦର୍ଶନ ପାଇଁ ପଶ୍ଚିମଦ୍ୱାରରେ ସ୍ଥାୟୀ ସେଡ ନିର୍ମାଣ ଆରମ୍ଭ ହୋଇଛି । ଦକ୍ଷିଣ ଦ୍ୱାରରୁ ପଶ୍ଚିମ ଦ୍ୱାରକୁ ଏହି ସେଡ୍ ସଂଯୋଗ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେଣୁ ପଶ୍ଚିମଦ୍ୱାରରୁ ଦର୍ଶନ ପାଇଁ ଚାହୁଁଥିବା ଭକ୍ତଙ୍କୁ ଦକ୍ଷିଣଦ୍ୱାରରୁ ନିର୍ମାଣଧୀନ ଏହି ସେଡ୍ ଦେଇ ଛଡ଼ାଯାଉଛି । ଦକ୍ଷିଣ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନର ବ୍ୟବସ୍ଥା ହୋଇଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ୪ ଦ୍ୱାରରୁ ଛାଡିବାକୁ ବହୁଦିନରୁ ଦାବି ହେଉଥିଲା । ଗତ ୨୨ ତାରିଖ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଆଜିଠାରୁ ସିଂହଦ୍ୱାର ସହ ପଶ୍ଚିମଦ୍ୱାରରୁ ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରକୁ ଛାଡ଼ିବାକୁ ନିଷ୍ପତ୍ତି ନିଆଯାଇଥିଲା ।

Leave a Reply

Your email address will not be published. Required fields are marked *