Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

କାଲିଠୁ ପ୍ରଚଣ୍ଡ ଖରାରୁ ମିଳିବ ସାମାନ୍ୟ ଆସ୍ତସ୍ଥି

ଭୁବନେଶ୍ୱର(ଦ କୁଇଭର): କ୍ରମାଗତ ଗ୍ରୀଷ୍ମପ୍ରବାହ ଯୋଗୁଁ ଅସ୍ତବ୍ୟସ୍ଥ ଜନଜୀବନ । ତତଲା କଡେଇରେ ସିଜୁଛି ସାରା ଓଡି଼ଶା । ଚଳିତ ବର୍ଷ ରେକର୍ଡ଼ ଭାଙ୍ଗିଛି ଖରା । ବାହାରକୁ ବାହାରିବା ବି ମୁସ୍କିଲ । ହେଲେ ଏହାରି ଭିତରେ ଆସିଛି ଏକ ଅସ୍ୱସ୍ତିକର ଖବର । କାଲିଠୁ ପ୍ରଚଣ୍ଡ ଖରାରୁ ମିଳିବ ସାମାନ୍ୟ ଆସ୍ତସ୍ଥି । ଏନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବଙ୍ଗୋପସାଗରରେ ଦକ୍ଷିଣ ଓ ଦକ୍ଷିଣପୂର୍ବ ଦିଗରୁ ଜଳୀୟବାଷ୍ପ ପ୍ରବେଶ କରୁଛି । ଏହାର ପ୍ରଭାବରେ କାଲିଠୁ ଆସନ୍ତା ୩ ଦିନ ଯାଏଁ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ୨ରୁ ୩ ଦିନ ମଧ୍ୟରେ ୨ ଡିଗ୍ରୀ ଯାଏଁ ତାପମାତ୍ରା ଖସିବ ।

ଅନ୍ୟପଟେ ପ୍ରବଳ ଗ୍ରୀଷ୍ମପ୍ରବାହରେ କଲବଲ ହେଉଥିବା ଓଡ଼ିଶା ପାଇଁ ପୁଣି ଆସୁଛି ବାତ୍ୟା ଭୟ । ମେ ୪ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସାମ୍ଭାବ୍ୟ ଘୂର୍ଣ୍ଣିବଳୟକୁ ନେଇ ଏପରି ଆଶଙ୍କା କରାଯାଉଛି । ସାମ୍ଭାବ୍ୟ ଘୂର୍ଣ୍ଣିବଳୟ ମେ’ ୫ ବେଳକୁ ଲଘୁଚାପରେ ପରିଣତ ହୋଇପାରେ ବୋଲି ଅଶଙ୍କା କରାଯାଉଛି ଓ ମେ’ ୬ ବେଳକୁ ଏହା ଅଧିକ ଘନୀଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ତେବେ ଏହା ବାତ୍ୟାର ରୂପ ନେବ ନା ନାହିଁ? ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଏହା ବାତ୍ୟାର ରୂପ ନେବ ନା ନାହିଁ ତାହା ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଜଣାପଡିଯିବ । ବର୍ତ୍ତମାନ ଏନେଇ କିଛି ସ୍ପଷ୍ଟ ସୂଚନା ମିଳିନଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ।

ସେପଟେ ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ସମ୍ଭାବନା ରହିଛି । ଆଜି ୭ଟି ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିର୍ଂ ଜାରି କରାଯାଇଛି । ଗତକାଲି ବୈଦ୍ଧରେ ସର୍ବାଧିକ ୪୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ତେଣୁ ଆଗାମୀ ଦିନରେ କାଳବୈଶାଖୀ ଲୋକମାନଙ୍କ ପାଇଁ ସାମନ୍ୟ ଆସ୍ୱସ୍ତି ଆଣିବ ବୋଲି କୁହାଯାଉଛି ।

Exit mobile version