ଆଜି ବର୍ଷର ପ୍ରଥମ ସୂର୍ଯ୍ୟପରାଗ

(ଦ କୁଇଭର ବ୍ୟୁରୋ): ଏପ୍ରିଲ ୩୦ ତାରିଖ ମଧ୍ୟରାତ୍ରିରୁ ଏହା ଆରମ୍ଭ ହେବ ବୋଲି ସୂଚନାମିଳିଛି । ତେବେ ବୈଶାଖ ମାସ ଅମାବାସ୍ୟ ତିଥିରେ ଏହା ଘଟିଛି । ଏହା ଆଂଶିକ ସୂର୍ୟ୍ୟପରାଗ ହେବ । ସବୁଠୁ ଆଚାର୍ୟ୍ୟର କଥା ହେଲା ଏହି ଚନ୍ଦ୍ର ଗ୍ରହଣରେ ‘କଳା ଚନ୍ଦ୍ର’ ବା ଅମାବାସ୍ୟା ରାତିରେ ଚନ୍ଦ୍ର କଳା ଦେଖାଯିବ ।

ଆମେରିକା ନାସାର ତଥ୍ୟ ଅନୁଯାୟୀ, କଳା ଚନ୍ଦ୍ର ଚଳିତ ବର୍ଷ ସୂର୍ୟ୍ୟୋଦୟ ପୂର୍ବରୁ ଏବଂ ସୂର୍ୟ୍ୟୋଦୟ ସମୟରେ ସୂର୍ୟ୍ୟଙ୍କୁ ଅବରୋଧ କରିବ, ଫଳସ୍ୱରୂପ ଆଂଶିକ ଚନ୍ଦ୍ରଗ୍ରହଣ ହେବ। ମିଳିଥିବା ସୂଚନା ମୁତାବକ, ଏହା ଚଳିତ ବର୍ଷର ପ୍ରଥମ ସୂର୍ୟ୍ୟ ପରାଗ ହେବାକୁ ଥିବାବେଳେ, ଆଗାମୀ ଅକ୍ଟୋବର ମାସ ୨୫ ତାରିଖରେ ଚଳିତ ବର୍ଷର ଦ୍ୱିତୀୟ ସୂର୍ୟ୍ୟ ପରାଗ ଦେଖିବାକୁ ମିଳିବ ।

ଚନ୍ଦ୍ର ଓ ପୃଥିବୀ ନିଜ ବଳୟ ମଧ୍ୟରେ ଗତି କରୁଥିବା ସମୟରେ, ପୃଥିବୀ ଉପରେ ଏକ ଛାୟା ପକାଇଥାଏ, ଯାହା କେତେକ ଅଞ୍ଚଳରେ ସୂର୍ୟ୍ୟଙ୍କ ଆଲୋକକୁ ସଂପୂର୍ଣ୍ଣ ବା ଆଂଶିକ ଅବରୋଧ କରିଥାଏ । ଫଳରେ ସୂର୍ୟ୍ୟ ପରାଗ ହୋଇଥାଏ । ଆଂଶିକ ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର ଏବଂ ସୂର୍ୟ୍ୟ ସମ୍ପୂର୍ଣ୍ଣ ରୂପେ ସମତୁଲ ହୋଇନଥାନ୍ତି, ତେଣୁ ଚନ୍ଦ୍ର ସୂର୍ୟ୍ୟଙ୍କୁ ସମ୍ପୂର୍ଣ୍ଣରୂପେ ଆଚ୍ଛାଦନ କରେ ନାହିଁ।

ଭାରତୀୟ ସମୟରେ ଆଂଶିକ ସୂର୍ୟ୍ୟ ପରାଗ ୧୨:୧୫ ରୁ ଆରମ୍ଭ ହେବ । ଏବଂ ଏପ୍ରିଲ୍ ୩୦ ଶନିବାର ଦିନ ୪:୦୭ ରେ ଶେଷ ହେବ । ଆଂଶିକ ସୂର୍ୟ୍ୟ ଗ୍ରହଣ ପୃଥିବୀର ବିଭିନ୍ନ ସ୍ଥାନରୁ ଦୃଶ୍ୟମାନ ହେବ । ତେବେ ସୂର୍ୟ୍ୟପରାଗ ଭାରତରେ ଦେଖାଯିବ ନାହିଁ । କେବଳ ଦକ୍ଷିଣ / ପଶ୍ଚିମ ଆମେରିକା, ପ୍ରଶାନ୍ତ ଆଟଲାଣ୍ଟିକ୍ ଏବଂ ଆଣ୍ଟାର୍କଟିକାରେ ଦୃଶ୍ୟମାନ ହେବ ।

Leave a Reply

Your email address will not be published. Required fields are marked *