କୋର୍ଟରେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦେବାକୁ ମୋଦୀଙ୍କ ପରାମର୍ଶ

ନୂଆଦିଲ୍ଲୀ (ଦ କୁଇଭର): କୋର୍ଟ କାମରେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରାମର୍ଶ । ଡିଜିଟାଲ ଇଣ୍ଡିଆ ମିଶନ ଅଧିନରେ ନ୍ୟାୟପାଳିକା ବ୍ୟବସ୍ଥାରେ ଟେକ୍ନୋଲୋଜିର ବିକାଶ ପାଇଁ ଭାରତ ସରକାର ଗୁରୁତ୍ୱ ଦେଉଛନ୍ତି । ନ୍ୟାୟ ବ୍ୟବସ୍ଥ୍ୟାର ଉନ୍ନତି ପାଇଁ ଆମେ ପୁରା ଚେଷ୍ଟା ଚଳାଇଛୁ । ଭିତିଭୂମିରେ ମଧ୍ୟ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ବିଚାରପତିମାନଙ୍କର ମିଳିତ ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, କୋର୍ଟରେ ଆଞ୍ଚଳିକ ଭାଷାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଏହା ଦ୍ୱାରା ନାଗରିକମାନଙ୍କର ନ୍ୟାୟ ବ୍ୟବସ୍ଥା ଉପରେ ବିଶ୍ୱାସ ବଢିବ ବୋଲି ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରୀ କହିଛନ୍ତି, ୨୦୧୫ରେ ଆମେ ୧୮୦୦ ଅନାବଶ୍ୟକ ଆଇନ ଅବା ଧାରା ଚିହ୍ନଟ କରିଥିଲୁ । ସେଥିରୁ କେନ୍ଦ୍ର ସରକାର ୧୪୫୦ ଆଇନ୍କୁ ଉଚ୍ଛେଦ କରିଥିବା ବେଳେ ରାଜ୍ୟ ସରକାର ୭୫ଟି ଆଇନର ଉଚ୍ଛେଦ କରିଛନ୍ତି । କାର୍ୟ୍ୟକ୍ରମରେ ଯୋଗଦେଇ ପ୍ରଧାନ ବିଚାରପତି ଏନ ଭି ରମଣା କହିଛନ୍ତି, ଆମ ସମ୍ବିଧାନର ତିନିଟି ସ୍ତମ୍ବକୁ ସ୍ୱତନ୍ତ୍ର ଅଧିକାର ଦିଆଯାଇଛି । ଆମେ ଆମର କାର୍ୟ୍ୟ କରିବା ସମୟରେ ଆମର ଲକ୍ଷ୍ମଣ ରେଖାରୁ ଦୃଷ୍ଟିରେ ରଖି କାର୍ୟ୍ୟ କରିବା ଆବଶ୍ୟକ । ଏହି ସମ୍ମିଳନୀରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଅନେକ ବରିଷ୍ଠ ଲୋକ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *