IPL 2022: ହାଇଦ୍ରାବାଦକୁ ୧୩ ରନରେ ହରାଇଲା ଚେନ୍ନାଇ ସୁପର କିଙ୍ଗସ୍

ମୁମ୍ବାଇ (ଦ କୁଇଭର): ରବିବାର ଆଇପିଏଲର ୪୬ ତମ ମ୍ୟାଚରେ ମୁଂହାମୁହିଁ ହୋଇଥିଲେ ଚେନ୍ନାଇ ଓ ହାଇଦ୍ରାବାଦ । ଏହି ମ୍ୟାଚରେ ଚେନ୍ନାଇ ହାଇଦ୍ରାବାଦକୁ ୧୩ ରନରେ ପରାସ୍ତ କରିଛି । ଏହି ବିଜୟ ସହ ଚେନ୍ନାଇ ଟୁର୍ଣ୍ଣାମେଣ୍ଟରେ ପ୍ଲେ ଅଫ୍ ଆଶା ଉଜ୍ଜିବୀତ ରଖିଛି। ଟୁର୍ଣ୍ଣାମେଣ୍ଟରେ ଚେନ୍ନାଇ ୧୦ଟି ମ୍ୟାଚରୁ ତୃତୀୟ ବିଜୟ ହାସଲ କରିଥିବା ବେଳେ ହାଇଦ୍ରାବାଦ ନବମ ମ୍ୟାଚରୁ ଚତୁର୍ଥ ପରାଜୟ ଭୋଗିଛି। ତଥାପି ହାଇଦ୍ରାବାଦ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନରେ ରହିଛି।


ଗତକାଲି ଖେଳାଯାଇଥିବା ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ହାଇଦ୍ରାବାଦ । ଟସ୍ ହାରି ବ୍ୟାଟିଂ କରିଥିବା ଚେନ୍ନାଇ ଆରମ୍ଭରୁ ଧୁଁଆଧାର ବ୍ୟାଟିଂ କରିଥିଲା । ଦୁଇ ଓପନର
ଋତୁରାଜ ଗାଇକ୍ବାଡ୍ ଓ ଡେଭନ କନଓ୍ବେ ହାଇଦ୍ରାବାଦ ବୋଲରଙ୍କୁ ନିର୍ମମ ପ୍ରହାର କରିବା ସହ ପ୍ରଥମ ଓ୍ବିକେଟ୍ ଯୋଡିରେ ରେକର୍ଡ ୧୮୨ ରନ ଯୋଗ କରିଥିଲେ । ଗାଇକ୍ବାଡ୍ ୯୯ରନ କରି ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିବାବେଳେ ଓ କନଓ୍ବେ ୮୫ ରନ କରିଥିଲେ । ଯାହାଫଳରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୨୦୨ ରନ କରିଥିଲା ।

୨୦୩ ରନର ବିଜୟ ଲକ୍ଷ ନେଇ ପଡ଼ିଆକୁ ଓହ୍ଲାଇଥିବା ହାଇଦ୍ରାବାଦ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୮୯ ରନ କରିପାରିଥିଲା । ଦଳ ପକ୍ଷରୁ ନିକୋଲାସ ପୁରନ ୬୪, କେନ ଓ୍ବିଲିୟମସନ ୪୭ ଓ ଅଭିଷେକ ଶର୍ମା ୩୯ ରନ କରିଥିଲେ । ଚେନ୍ନାଇ ପକ୍ଷରୁ ମୁକେଶ ଚୌଧୁରୀ ୪ଟି ଓ୍ବିକେଟ ନେଇ ଦଳକୁ ବିଜୟ ଭେଟି ଦେଇଥିଲେ ।

Leave a Reply

Your email address will not be published. Required fields are marked *