IPL 2022: ଆଜି ରାଜସ୍ଥାନକୁ ଭେଟିବ କୋଲକାତା, ପରାଜୟ ଧାରା ଭାଙ୍ଗିବାକୁ ଚେଷ୍ଟା କରିବ KKR

ମୁମ୍ବାଇ (ଦ କୁଇଭର): ଆଜି ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୨ର ୪୭ତମ ମୁକାବିଲାରେ ମୁଂହମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ । ଏହି ମ୍ୟାଚ୍ ସନ୍ଧ୍ୟା ୭.୩୦ରେ ମୁମ୍ବାଇରେ ଖେଳାଯିବ ।ଲଗାତାର ୫ଟି ମ୍ୟାଚରେ ପରାଜୟ ବରଣ କରିବା ପରେ ବିଜୟ ଟ୍ରାକକୁ ଫେରିବାକୁ ଚେଷ୍ଟା କରିବ କୋଲକାତା । ଅନ୍ୟପଟେ ରାଜସ୍ଥାନ ରୟାଲ୍ସ ଏହି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଟପ୍ ୨ରେ ରହିବାକୁ ଚେଷ୍ଟା କରିବ। ଉଭୟ ଦଳ ନିଜର ପୂର୍ବ ମ୍ୟାଚରେ ପରାଜିତ ହୋଇଛନ୍ତି । ତେଣୁ ଏହି ମୁକାବିଲା ବେଶ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି ।

ଆଇପିଏଲ ୨୦୨୨ରେ ଦମଦାର ଆରମ୍ଭ କରିଥିବା ରାଜସ୍ଥାନ ରୟାଲ୍ସ ଗତ ମ୍ୟାଚରେ ପରାଜିତ ହୋଇଥିଲା। ତେବେ ରାଜସ୍ଥାନର ସବୁ ଖେଳାଳି ଭଲ ଫର୍ମରେ ଅଛନ୍ତି । ଜୋସ୍ ବଟଲର, ସଞ୍ଜୁ ସାମସନ ଭଲ ଖେଳୁଛନ୍ତି । ତେବେ ବୋଲିଂରେ ଦଳ ସାମାନ୍ୟ ଦୁର୍ବଳ ରହିଛି। ଯଦି ରାଜସ୍ଥାନକୁ କୋଲକାତା ବିପକ୍ଷ ମୁକାବିଲା ଜିତିବାକୁ ହୁଏ ତେବେ ଓପନିଂ ବ୍ୟାଟରଙ୍କ ସହ ବୋଲରଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ ।

ଅନ୍ୟପଟେ କୋଲକାତା ନାଇଟ୍ ରାଇଡର୍ସ ନିଜର ଲୟ ହରାଇଥିବା ନଜର ଆସୁଛି। ଲଗାତାର ୫ ମ୍ୟାଚରେ ପରାଜୟ ବରଣ କରି ବ୍ୟାକଫୁଟରେ ରହିଛି କେକେଆର । ଉଭୟ ବ୍ୟାଟିଂ ଓ ବୋଲିଂରେ ଖରାପ ପ୍ରଦର୍ଶନ ଜାରି ରଖିଛି କୋଲକାତା । ଗତ ସିଜିନରେ କେକେଆର ପାଇଁ ଧମାଲ କରିଥିବା ଭେଙ୍କଟେଶ ଆୟର ମଧ୍ୟ  ଫର୍ମରେ ନାହାନ୍ତି। ମୋଟାମୋଟି ଆଜିର ମ୍ୟାଚ୍ କେକେଆର ପାଇଁ ପରୀକ୍ଷା ସଦୃଶ  ହେବ । ଦଳ ଏହି ମୁକାବିଲା ଜିତି ପଏଣ୍ଟ ଟେବୁଲରେ ଉପରକୁ ଉଠିବାକୁ ଚେଷ୍ଟା କରିବ । ନଚେତ ଦଳ ପାଇଁ ପ୍ଲେ ଅଫ କଷ୍ଟକର ହୋଇପାରେ ।

ଆଇପିଏଲ ଇତିହାସରେ ଉଭୟ ଦଳ ୨୬ ଥର ମୁଂହାମୁହିଁ ହୋଇଥିବାବେଳେ ସେଥି ମଧ୍ୟରୁ ୧୩ଟି ମୁକାବିଲାରେ ବିଜୟଲାଭ କରିଛି କୋଲକାତା ଓ ୧୨ଟି ମୁକାବିଲାରେ ରାଜସ୍ଥାନ ବିଜୟଲାଭ କରିଛି ।

Leave a Reply

Your email address will not be published. Required fields are marked *