ଓସମାନିଆ ବିଶ୍ୱ ବିଦ୍ୟାଳୟକୁ ରାହୁଲ ଗାନ୍ଧିଙ୍କୁ ମନା

ନୂଆଦିଲ୍ଲୀ (ଦ କୁଇଭର): ରାହୁଲ ଗାନ୍ଧୀଙ୍କୁ ବିଶ୍ୱବିଦ୍ୟାଳୟରେ ପ୍ରବେଶ କରିବାକୁ ମନା । ତେଲେଙ୍ଗାନା ହାଇଦ୍ରାବାଦର ଓସମାନିଆ ୟୁନିଭରସିଟି (ଓୟୁ)ର କତ୍ତୃପକ୍ଷ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କ୍ୟାମ୍ପସ ପରିଦର୍ଶନ ପାଇଁ ଅନୁମତି ଦେବାକୁ ମନା କରିଦେଇଛିନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସନ୍ତା ୬ ଓ ୭ ରେ ତେଲେଙ୍ଗାନା ଗସ୍ତ କରିବାକୁ ଯାଉଛନ୍ତି ଏବଂ ସେଠାରେ ପ୍ରାୟ ୫ ଲକ୍ଷ ସମର୍ଥକଙ୍କ ଏକ ବିରାଟ ସଭାର ଆୟୋଜନ ହେଉଛି । କଲେଜ କର୍ତ୍ତୃପକ୍ଷ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟରେ କୈଣସି ପ୍ରକାରର ରାଜନୈତିକ ସଭାକୁ ଅନୁମତି ଦିଆଯିବ ନାହିଁ ।

ସୂଚନାନୁସାରେ ତେଲେଙ୍ଗାନା ରାଜ୍ୟର ଗଠନ ଆନ୍ଦୋଳନର ମୁଖ୍ୟ ଭୂମିକା ନେଇଥିଲା ଓସମାନିଆ ବିଶ୍ୱବିଦ୍ୟାଳୟ। କିନ୍ତୁ ରାହୁଲଙ୍କୁ କ୍ୟାମ୍ପସ ପରିଦର୍ଶନ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଅନୁମତି ଦେବାକୁ ମନା କରିଦେଇଛନ୍ତି। କ୍ୟାମ୍ପସରେ ରାଜନୈତିକ ସଭା ବାରଣ ଦର୍ଶାଇ ଅନୁମତିକୁ ସ୍ୱୀକୃତି ଦେଇ ନାହାନ୍ତି କର୍ତ୍ତୃପକ୍ଷ। କିନ୍ତୁ କଂଗ୍ରେସ କହିଛି ଯେ, କ୍ୟାମ୍ପସରେ କୌଣସି ରାଜନୈତିକ କାର୍ୟ୍ୟକ୍ରମ ନୁହଁ ବରଂ ରାହୁଲ ଗାନ୍ଧି କେବଳ ପିଲାମାନଙ୍କ ସହ ଭାବ ବିନିମୟ କରିବେ।

ତେବେ ଅନୁମତି ବାତିଲ ହେବା ପଛରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଭୂମିକା ଥିବା କଂଗ୍ରେସ ଅଭିଯୋଗ କରିଛି। ରାହୁଲଙ୍କ କ୍ୟାମ୍ପସ ପରିଦର୍ଶନ କାର୍ଯ୍ୟକ୍ରମ ବାତିଲ ହେବା ପରେ କଂଗ୍ରେସ ଛାତ୍ର ସଙ୍ଗଠନ ହଙ୍ଗାମା କରିଛି। ଫଳରେ ପୁଲିସ ୧୮ ଜଣ ଏନଏସୟୁଆଇ ସଙ୍ଗଠନର ୧୮ ଜଣ ସଦସ୍ୟଙ୍କୁ ଗିରଫ କରିଛି। କେସିଆର କାହିଁକି ରାହୁଲ ଗାନ୍ଧିଙ୍କୁ ଭୟ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

Leave a Reply

Your email address will not be published. Required fields are marked *