ଆଜିଠୁ ପୁଣି ଖୋଲିଲା ସ୍କୁଲ, ସକାଳ ୬ଟାରୁ ୯ ଟା ପର୍ଯ୍ୟନ୍ତ ହେବ ପାଠପଢ଼ା

ଭୁବନେଶ୍ୱର: ଆଜିଠାରୁ ପୁଣି ଖୋଲିଲା ସ୍କୁଲ । ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଚାଲିବ ପାଠପଢା । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ୫ ଦିନ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର । ତେବେ ୫ ଦିନ ପରେ ଆଜିଠାରୁ ପୁଣିଥରେ ପାଠପଢା ସ୍ବଭାବିକ ହୋଇଛି। ତେବେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଛି। ସକାଳ ୬ଟାରୁ ଆରମ୍ଭ ହୋଇ ୯ଟା ଯାଏ କ୍ଲାସ ଚାଲିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଖବର ଅନୁଯାୟୀ, ରାଜ୍ୟରେ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଏପ୍ରିଲ ୨୫ ତାରିଖରୁ ୩୦ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା ହୋଇଥିଲା । ରାଜ୍ୟ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ନେଇ ଘୋଷଣା କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ସ୍କୁଲ ଛୁଟି ହେଲେ ମଧ୍ୟ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ଚାଲୁ ରହିବ ବୋଲି ବିଭାଗ କହିଥିଲା ।

Leave a Reply

Your email address will not be published. Required fields are marked *