Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଚାପୁଡ଼ା ଟୁଇଟ୍

ଭୁବନେଶ୍ୱର(ଦ କୁଇଭର): ଦେବଗଡ଼ ବିଜେପି ବିଧାୟକ ଗିରଫ ଘଟଣାରେ ଟ୍ୱିଟ୍ ୱାର । ଟ୍ୱିଟରରେ ମୁହାଁମୁହିଁ ହେଲେ ଧର୍ମେନ୍ଦ୍ର-ପ୍ରଣବ । ତରବରିଆ ଭାବେ ବିଧାୟକଙ୍କୁ ଗିରଫ କରିବା ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କଲାପରେ ଏହାର ଜବାବ ରଖିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଟୁଇଟରେ ଧର୍ମେନ୍ଦ୍ରଙ୍କ ପ୍ରଶ୍ନ ହେଲା, କାହିଁକି ତରବରିଆ ଭାବେ ବିଧାୟକଙ୍କୁ ଗିରଫ କରାଗଲା? ଯାହା ଚିନ୍ତାର ବିଷୟ । ଜଣେ ଜନପ୍ରତିନିଧିଙ୍କର ଦାୟିତ୍ୱ ହେଉଛି ଜନସାଧାରଣଙ୍କ କାର୍ଯ୍ୟ କରିବା ଓ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବା । ଏଥିରେ ବାଧା ସୃଷ୍ଟି କରାଯିବା ଅନୁଚିତ୍ । ଏହାସହ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଲେଖିଛନ୍ତି, କିଛି ସରକାରୀ ଅଧିକାରୀ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱକୁ ସୁଚାରରୂପେ ପାଳନ ନ କରି ଦଳୀୟ ଆଧାରରେ କାର୍ଯ୍ୟ କରି ଜନତାଙ୍କ ସମସ୍ୟାକୁ ଅଣଦେଖା କରୁଛନ୍ତି । ବିକାଶ ମୂଳକ କାର୍ଯ୍ୟରେ ବାଧାସୃଷ୍ଟି କରୁଛନ୍ତି, ଯାହାର ଏକ ଉଦାହରଣ ହେଉଛି ବିଧାୟକ ପାଣିଗ୍ରାହୀଙ୍କ ଗିରଫଦାରୀ ।

ସେପଟେ ଧର୍ମେନ୍ଦ୍ରଙ୍କ ଟ୍ୱିଟ୍ ପରେ ତାଙ୍କୁ କାଉଣ୍ଟର ଆଟାକ କରିଛନ୍ତି ପ୍ରଣବ ପ୍ରକାଶ ଦାଶ । ସେ କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ଭାଇ, ଆପଣ ବୋଧହୁଏ ଅବଗତ ନାହାନ୍ତି ଯେ, ଦେବଗଡ଼ ବିଧାୟକ ଜଣେ କର୍ତ୍ତବ୍ୟରତ ସରକାରୀ ଅଧିକାରୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଛନ୍ତି । ପିକଟ ଅତୀତରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମଧ୍ୟ ସରକାର କର୍ମଚାରୀଙ୍କୁ ନିଜ ଅଫସିକୁ ଡାକି ମରଣାନ୍ତକ ଆକ୍ରମଣ କରିଥିଲେ । ଏହାସହ ସେ କହିଛନ୍ତି, ଆପଣଙ୍କ ଦଳର ବିଧାୟକ ବୋଲି ସେ କ’ଣ ଆଇନର ଉଦ୍ଧ୍ୱର୍ରେ? ଆପଣ ସାଂସଦରେ ଆଇନ ତିଆରି କରୁଛନ୍ତି । ଆପଣ ଭଲଭାବେ ଜାଣନ୍ତି ଯେ, ଗଣତନ୍ତ୍ରରେ ମନ୍ତ୍ରୀ, ସାଂସଦ, ବିଧାୟକ, ସାଧାରଣ ଜନତା ସମସ୍ତେ ସମାନ । ବିଜେଡି ସରକାର ଆଇନ ଆଗରେ ସମସ୍ତଙ୍କୁ ସମାନ ଆଖିରେ ଦେଖାଯାଏ, ଏକଥା ଓଡ଼ିଶାରେ ମଦ୍ୟ ସମସ୍ତେ ଭଲ ଭାବେ ଜାଣନ୍ତି ବୋଲି ସେ ଟ୍ୱିଟ୍ କରି ଲେଖିଛନ୍ତି ।

ଅନ୍ୟପଟେ ପ୍ରଶ୍ନ ଉଠୁଛି, କାହିଁକି ବିଧାୟକ ମହୋଦୟ ଏତେ ପ୍ରତିକ୍ରିୟାଶୀଳ ହେଲେ? ସମ୍ପୃକ୍ତ ବାବୁ ଦଳୀୟ ଭିତ୍ତିରେ ଲୋକଙ୍କ କାମ କରୁଥିଲେ, ବିଜେଡି ନେତାଙ୍କ ବୋଲକରା ପାଲଟିଛନ୍ତି ବୋଲି ବିଧାୟକ ପ୍ରତିକ୍ରିୟାଶୀଳ ହେଲେ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି । ଅ୍ଧମ ଏକ ପ୍ରଶ୍ନ ହେଉଛି ବିଧାୟକ ଆକ୍ରମଣ କଲାବେଳେ ବିଡିଓ ବାକୁ ମୁଣ୍ଡ ପାତି ମାଡ଼ ଖାଇଥିଲେ ନା ପ୍ରତିକ୍ରିୟା ପ୍ରକାଶ କରିଥିଲେ । ସେ ବିଧାୟକଙ୍କୁ ପ୍ରତିରୋଧ କରିନଥିଲେ କି? ନା ଗାନ୍ଧୀବାଦୀ ନୀତି ଆପଣାଇ ଗୋଟେ ଚାପୁଡ ଖାଇ ଆଉ ଗୋଟେ ଖାଇବାକୁ ଅପେକ୍ଷା କରିଥିଲେ । ପ୍ରଶ୍ନ ଉଠୁଛି ପ୍ରକୃତରେ କିଏ କାହାକୁ ମାରିଛି? ବିଧାୟକଙ୍କ ଅଭିଯୋଗ ଅନୁଯାୟୀ, ତିଳେଇବଣି ବିଡିଓ ବିଧାୟକଙ୍କୁ ର୍ଦୁବ୍ୟବହାର କରିଛନ୍ତି । ଉଭୟଙ୍କ ପକ୍ଷରୁ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ଖାଲି ବିଧାୟକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଇଛି । ବିଡିଓଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିଧାୟକଙ୍କ ସମର୍ଥକ । ସ୍ଥାନୀୟ ବିଧାୟକ ବିରୋଧୀ ଦଳ ବିଜେପିର ହୋଇଥିବାରୁ ତାଙ୍କୁ ବେଖାତିର କରୁଥିଲେ କି ବିଡିଓ? ଗୋଟିଏ ନିର୍ବାଚନମଣ୍ଡଳୀରେ ବିଧାୟକଙ୍କୁ ସହଯୋଗ କରୁନଥିଲେ କି ବିଡିଓ? ଏଭଳି ଅନେକ ପ୍ରଶ୍ନ ଏବେ ଘୁରି ବୁଲୁଛି ।

Exit mobile version