Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଓଡ଼ିଶାକୁ ନାହିଁ ବାତ୍ୟା ଭୟ

ଭୁବନେଶ୍ୱର (ଦ କୁଇଭର): କୁଆଡ଼େ ଗତି କରିବ ସାମ୍ଭାବ୍ୟ ବାତ୍ୟା? କ’ଣ ରହିବ ଏହାର ପ୍ରଭାବ? କେଉଁଠି ହିଟ୍ କରିବ? ଓଡ଼ିଶାରେ ବାତ୍ୟାର ପ୍ରଭାବ କ’ଣ ରହିବ? ଏହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ । କୁହାଯାଉଛି ଆସନ୍ତା ୧୦ ତାରିଖରେ ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ ସାମ୍ଭାବ୍ୟ ବାତ୍ୟା । ଏନେଇ ବିଭିନ୍ନ ମଡେଲ ପକ୍ଷରୁ ଭିନ୍ନ ଭିନ୍ନ ଆକଳନ କରାଯାଉଛି । ହେଲେ ଏଯାଏଁ କୌଣସି ସ୍ପଷ୍ଟ ଚିତ୍ର ଆସିପାରିନାହିଁ । ପାଣିପାଗ ସଂସ୍ଥା ସ୍କାଏମେଟର ପୂର୍ବାନୁମାନ ଅନୁଯାୟୀ, ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଲଘୁଚାପ ୱେଲମାର୍କଡ ଲୋ ପ୍ରେସର ବା ଡିପ୍ରେସନରେ ପରିଣତ ହୋଇପାରେ । ଏବଂ ଏହା ଉତ୍ତରପୂର୍ବ କିମ୍ବା ମିଆଁମାର ଆଡ଼କୁ ମୁହାଁଇପାରେ । ଯାହାଦ୍ୱାରା ଏହାର ପ୍ରଭାବ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁରେ ପଡ଼ିନପାରେ । ତେଣୁ ଓଡ଼ିଶାରେ ଏହାର ପ୍ରଭାବ ସାମାନ୍ୟତମ କମ୍ ରହିପାରେ ବୋଲି ସ୍କାଏମେଟ୍ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସ୍କାଏମେଟ୍ ହେଉଛି ଭାରତର ଏକ ଘରୋଇ ପାଣିପାଗ ଗବେଷଣା ସଂସ୍ଥା । କିନ୍ତୁ ଭାରତୀୟ ପାଣିପାଗ ବିଭାଗ ସୃଷ୍ଟି ହେଉଥିବା ଲଘୁଚାପ ଓ ସାମ୍ଭାବ୍ୟ ବାତ୍ୟାର ଗତିପଥ କିମ୍ବା ତୀବ୍ରତା ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହିଁ ।

ଅନ୍ୟପଟେ ବାତ୍ୟା ପାଇଁ ପାଗ ବେଶ୍ ଅନୁକୂଳ ରହିଛି । କାରଣ ମେ’ ମାସରେ କେତେକ ବାତ୍ୟା ବେଶ ଭୟଙ୍କର ରୂପରେ ଉପକୂଳରେ ମାଡ଼ ହୋଇଛି । ତେବେ ଆସନ୍ତା ୬ରେ ଏହି ଲଘୁଚାପ ସୃଷ୍ଟି କ୍ଷେତ୍ର ସୃଷ୍ଟି ହେବ । ଏହି ବାତ୍ୟା ସେତେ ତୀବ୍ର ନ ହେଲେ ବି ଅଧିକ ଘନୀଭୁତ ହେବାର ସମ୍ଭାବନା ରହିଛି । ପାଣିପାଗ ବିଶେଷଜ୍ଞଙ୍କ କହିବାଅନୁଯାୟୀ, ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ଘନିଭୂତ ହେବା ପାଇଁ ପାଗ ବେଶ ଅନୁକୂଳ ରହିଛି ।

ସବୁଠାରୁ ବଡ଼ କଥା ହେଉଛି, ମେ’ ମାସରେ ବାତ୍ୟା ଲୋକଙ୍କୁ ଅନେକ ଚିନ୍ତାରେ ପକାଇଥାଏ । କାରଣ ଅତ୍ୟଧିକ ତାପମାତ୍ରା ପାଇଁ ବାତ୍ୟା ଅନୁକୂଳ ପରିବେଶ ସୃଷ୍ଟି ହୁଏ । ତେଣୁ ଏଥର ବି ଦକ୍ଷିଶ ଆଣ୍ଡାମାନ ସାଗରରେ ଏଭଳି ପରିବେଶ ସୃଷ୍ଟି ହୋଇଛି । ଅର୍ଥାତ୍ ବାତ୍ୟା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେଉଛି । ତେଣୁ ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ କ’ଣ ରହିବ ତାକୁ ହିଁ ଅପେକ୍ଷା ।

Exit mobile version